ଫେବୃଆରୀ ଆରମ୍ଭରୁ ଉପରମୁହାଁ ପାରଦ, ବଢୁଛି ତାତି

0

ଭୁବନେଶ୍ୱର : ରାଜ୍ୟରେ ବଢିଛି ତାତି । ଫେବୃଆରୀ ଆରମ୍ଭରୁ ପାରଦ ଉପରମୁହାଁ । ଭୀଷଣ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ଜନବହୁଳ । ଭୁବନେଶ୍ବରରେ ଆଜି ତାପମାତ୍ରା ୩୩.୬ ଡିଗ୍ରି ରହିଥିଲା।

ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


ଶନିବାର ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧ୍ଚଳ ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଝାରସୁଗୁଡାରେ ୩୫.୨ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ରହିଛି । ସମ୍ବଲପୁର ଓ ହୀରାକୁଦରେ ଦିନ ତାପମାତ୍ରା ୩୪.୭ ରହିଥିଲା । ଭବାନୀପାଟଣାରେ ୩୪ ଡିଗ୍ରୀ ଥିଲା ।