ସ୍ପୁଟନିକ ଲାଇଟ୍ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମିଳିଲାନାହିଁ ମଞ୍ଜୁରୀ

0

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ) : ଭାରତରରେ ରୁଷିଆ କମ୍ପାନୀର ସ୍ପୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ମିଳିନାହିଁ । ଏହି ଟ୍ରାଏଲ କରିବାକୁ ଥିବା ଡ.ରେଡ୍ଡୀସ୍ ଲାବ୍ରେଟାରୀକୁ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳି ନଥିବା ନେଇ ସରକାରୀ ବିଶେଷଜ୍ଞ କମିଟି ପକ୍ଷରୁ କୁହାଯାଇଛି । ସ୍ପୁଟନିକ୍ ଲାଇଟ ଭ୍ୟାକ୍ସିନ୍ ଗୋଟିଏ ସଟ୍ ଥିବା ଭ୍ୟାକ୍ସିନ । ସ୍ପୁଟନିକ ଲାଇଟ ୭୯.୪ ପ୍ରତିଶତ ସୁରକ୍ଷା ପ୍ରଦାନ ଦିଗରେ ସହାୟକ ହୋଇଥାଏ । ସ୍ପୁଟନିକ ଲାଇଟକୁ ଆମେରିକାର ଏଫଡିଏ, ଇଏମଏ ଦ୍ୱାରା ମଧ୍ୟ ମଞ୍ଜୁରି ମିଳିପାରିନାହିଁ ।
ଦେଶର ଟିକାକରଣ ଅଭିଯାନରେ ଯଦି ଏହି ଟିକା ସାମିଲ ହୋଇଯାଏ ତେବେ କରୋନାରୁ ଲକଙ୍କୁ ଏହା ୮୦ ପ୍ରତିଶତ ସୁରକ୍ଷା ପ୍ରଦାନ କରିବା ।ଯଦି ଏହି ଭ୍ୟାକ୍ସିନକୁ ଅନୁମତି ମିଳିଯାଏ ତେବେ ଏହାର ମୂଲ୍ୟ ପ୍ରାୟ ୭୩୦ ଟଙ୍କା ହେବ ବୋଲି ଦୀପକ ସୁଚନା ଦେଇଛନ୍ତି ।