ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ

0

ପୁରୀ/ ଜୟନ୍ତ କୁମାର ସେଠି: ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୩ ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ। ଦଶପଲ୍ଲା ବନଖଣ୍ଡରୁ ଏକ ଟ୍ରକ ଯୋଗେ ୨୪ ଖଣ୍ଡ ରଥକାଠ ଆଜି ଆସି ପୁରୀରେ ପହଞ୍ଚିଛି। ଉଭୟ ଅସନ ଓ ଧଉରା କାଠ ଆସିଥିବା ବେଳେ ଏଥିରେ ୨୦ ଫୁଟିଆ ୧୮ଟି ଏବଂ ୧୨ ଫୁଟିଆ ୬ଟି ରଥକାଠ ରହିଛି। ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ବଳକା ରହିଛି। ଏଥିସହ ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ୧୦୪ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚି ସାରିଛି। ସେପଟେ କଟକ ଖପୁରୀଆ ସ୍ଥିତ କରତକଳରେ ୮୧ ଖଣ୍ଡ ରଥକାଠ ପହଞ୍ଚିଥିବା ବେଳେ ବିଧି ଓ ପରମ୍ପରା ଅନୁଯାୟୀ ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟ ଅନୁକୂଳ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସମୁଦାୟ ୩୨୭ ଖଣ୍ଡ କାଠ ମହଜୁଦ ଥିବାବେଳେ ପର୍ୟ୍ୟାୟ କ୍ରମେ‌ ୫୩୮ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ।