କେନ୍ଦ୍ରାପଡ଼ା (ଅଶ୍ବିନୀ କୁମାର ସାହୁ) : ଧାନ କାଟିବା ବେଳେ ଜଳିଗଲା ଧାନକଟା ମେସିନ l ଏଭଳି ଏକ ଅଭାବନିୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମହୁ ଗ୍ରାମରେ l ସୂଚନା ଅନୁଯାୟୀ ଗତକାଲି ରାତିରେ ଗ୍ରାମର ଜଗବନ୍ଧୁ ତ୍ରିପାଠୀଙ୍କ ଧାନକଟା ମେସିନ ଗ୍ରାମର କିଛି ଚାଷ ଜମିରୁ ଧାନ ଅମଳ କରିବା ସମୟରେ ହଠାତ ମେସିନରେ ନିଆଁ ଲାଗି ଯାଇଥିଲା l ନିକଟରେ ଥିବା ଚାଷୀ ମାନେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ଆଳି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ l ଏବେ ଚାଷୀମାନେ ଧାନ କଟା ନିମନ୍ତେ ଲୋକଙ୍କ ବଦଳରେ ଏହି ମେସିନ ଉପରେ ଭରଷା କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ମେସିନ ଯଦି ଜଳିଯାଏ ତେବେ ଲୋକ ମାନେ କାହା ଉପରେ ଭରଷା କରିବେ ତାହାକୁ ନେଇ ଚିନ୍ତାରେ l