ଧୁମଧାମରେ ପାଳନ ହେଉଛି ପାରମ୍ପରିକ ପର୍ବ ରଜ ଉତ୍ସବ

0

ଯାଜପୁର/ଏସ କେ ମହମ୍ମଦ ମୁଁତାଜ଼ ମହମ୍ମଦ ମୁମତାଜ : ବିଂଝାରପୁର ଅଂଚଳରେ ବେସ ଧୁମଧାମରେ ପାଳନ ହେଉଛି ପାରମ୍ପରିକ ପର୍ବ ରଜ ଉତ୍ସବ । ବର୍ତମାନ ସମୟରେ ଗାଁ ଗହଳୀ ମାନଙ୍କରେ ରଜ ପର୍ବ ଟିକୁ ଭୁଲିଯାଉଥିବା ବେଳେ ଚିକଣା ପଞ୍ଚାୟତ ଓ ମାସଡ଼ା ପଞ୍ଚାୟତରେ ବହୁ ଆଡ଼ମ୍ବରରେ ପାଳିତ ହେଉଛି ରଜ ଉତ୍ସବ । ଚିକଣା ପଞ୍ଚାୟତର ସରପଞ୍ଚ ପାର୍ବତୀ ମଲ୍ଲିକ, ସୁରେଶ କୁମାର ସାହୁ ସମାଜସେବୀ ଶ୍ରୀଧର ମଲ୍ଲିକ ଉଦ୍ୟମ ଓ ଅନ୍ୟମାନଙ୍କ ସାହାଯ୍ୟରେ ପିଲାମାନଙ୍କ ପାଇଁ ଦୋଳି ପ୍ରସ୍ତୁତ କରିବା ସହ ବହୁ ପ୍ରତିଯୋଗିତମାନ ଆୟୋଜନ କରିଥିଲେ ଏପଟେ ମାସଡ଼ା ପଞ୍ଚାୟତରେ ରଜ ଉପଲକ୍ଷେ ଏକ କବାଡି ଟୁର୍ନାମେଣ୍ଟର ଆୟୋଜନ କରାଯଇଥିଲା ।