କୋରାପୁଟ: ପୁଣି ରେଳ ଦୁର୍ଘଟଣା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥର ପାଡୁଆ ଷ୍ଟେସନ ନିକଟରେ ଲାଇନଚୁତ୍ୟ ହୋଇଛି ଏକ ମାଲଗାଡି । ତେବେ ଏହି ଦୁର୍ଘଟଣାରେ କେହି ମୃତହାତ ହୋଇନଥିବା ସୂଚନା ରହିଛି । ତେବେ ମାଲଗାଡ଼ିର ଦୁଇଗୋଟି ବଗି ଓଲଟି ରେଳ ଧାରଣା ବାହାରେ ପଡ଼ି ରହିଛି। ଯାହା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ କୋରାପୁଟ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ପାଡୁଆ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ , ମାଲଗାଡିରେ ଆଇରନ ଓର ବୋଝେଇ ହୋଇ ରହିଥିବା ବେଳେ ମାଲଗାଡିଟି ବିଶାଖାପାଟଣା ଅଭିମୁଖେ ଯାଉଥିବା କୁହାଯାଉଛି । ଦୁଇ ଗୋଟି ବଗି ଓଲଟି ପଡ଼ିଥିଲେ ମଧ୍ୟ କେବଳ ରେଳ ଧାରଣାର ଅଳ୍ପ କ୍ଷତି ହୋଇଛି। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ରେଳ ଧାରଣାରୁ ଓଲଟିଥିବା ବଗିକୁ ହଟାଇ ରେଳ ଚଳାଚଳ ସ୍ବାଭାବିକ କରାଯିବ ବୋଲି ରେଳବାଇ ଗୁଇନ୍ଦା ଅଧିକାରୀ ଡି ବାଗ ସୂଚନା ଦେଇଛନ୍ତି।