କାରକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭରକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

0

ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ୍ ଏଣ୍ଡ ରନ୍। କାର୍ କୁ ପିଟିଲା ଟ୍ରକ୍। ଚଳନ୍ତା କାର୍ କୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍। ଟ୍ରକ୍ ଧକ୍କାରେ କାର୍ ତେଲ ଟାଙ୍କିରେ ଲାଗିଲା ନିଆଁ। ଜଳନ୍ତା କାର୍ ରୁ ଚାଳକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ନିଆଁ ଲିଭଇଲେ ଦମକଳ ବାହିନୀ ।

ସୂଚନା ଅନୁଯାୟୀ, ସ୍ଥାନୀୟ ବରମୁଣ୍ଡା କାଳୀ ମନ୍ଦିର ସମ୍ମୁଖରେ ଗୋଟିଏ ୱାଗନର କାର୍ କୁ ପଛପଟୁ ଗୋଟିଏ ଟ୍ରକ୍ ଶକ୍ତ ଧକ୍କା ଦେବା  ଫଳରେ ଚାଳକ ଥିବା କାର୍ ଟି ୫୦ମିଟର ପର୍ଯ୍ୟନ୍ତ ଘୋଷାଡି ହେବା ସହ କାର୍ ତେଲ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଚଳନ୍ତା କାର୍ ରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀ ଏବଂ ପୁଲିସକୁ ଖବର ଦେବା ସହ ଜଳନ୍ତା କାର ଭିତରୁ ଚାଳକଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ ପୁଲିସ୍ ଓ ସ୍ଥାନୀୟ ଲୋକେ ରାସ୍ତା ମଝିରୁ କାରକୁ କାଢି ନେଇଥିଲେ। ଘଟଣାରେ କାର୍ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ପରିଚୟ ପାଇଁ ସିସିଟିଭି ଯାଞ୍ଚ୍ କରୁଛି ଖଣ୍ଡଗିରି ଥାନା ପୁଲିସ୍ ।