ମାମୁଁ କୁ ପଥରରେ ଛେଚି ହତ୍ୟା କଲା ନୃଶଂସ ଭଣଜା

0

କୋଇଡା / ଆଶିଷ ବିଶ୍ୱାଳ :ପଥରରେ ଛେଚି ମାମୁଁର ଜୀବନ ନେଲା ଭଣଜା । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଗୌଡୁଣିପୋଷ ଗ୍ରାମର ପତଳା ସାହିରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ମାମୁଁ କୁ ପଥରରେ ଛେଚି ଛେଚି ହତ୍ୟା କରିଛି ନୃଶଂସ ଭଣଜା। ହତ୍ୟା କରିବା ପରେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି ହତ୍ୟା କାରି ଭଣଜା ।
ସୂଚନା ଅନୁଯାୟୀ, ସାମାନ୍ୟ ବଚସାକୁ କେନ୍ଦ୍ର କରି ଏଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମାମୁଁ ଜଣକ ଲହୁଣୀପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବନ୍ କଂଶରିଆ ସେ ଗୌଡୁଣି ପୋସ ଗ୍ରାମରେ ଥିବା ଭଣଜା ଠାରୁ ଧୀବର ଘରକୁ ବୁଲି ବାକୁ ଯାଇଥିଲେ। ସେଠାରେ ତାଙ୍କର କୌଣସି କଥାକୁ ନେଇ ବଚସା ହୋଇଥିବଲା । ପରେ ଭଣଜା ରାଗିଯାଇ ମାମୁଁଙ୍କୁ ପଥରରେ ଆକ୍ରମଣ କରିଥିଲେ ।ତେବେ ହତ୍ୟା ପରେ ଭଣଜା କେ ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଥିଲେ । ସେହି ସମୟରେ ପୋଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।