କିଣ୍ଡ୍ରିଲ ସିଇଓ ତଥା ଚେୟାରମ୍ୟାନ୍ ଶ୍ରୀ ମାର୍ଟିନ ସ୍କ୍ରୋଏଟରଙ୍କୁ ଭେଟି ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

0

ବ୍ୟୁରୋ : କିଣ୍ଡ୍ରିଲ ସିଇଓ ଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ସେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ସେହି ସ୍ତନ ରେ ଯାହା ଆଲୋଚନା ହେଇଥିଲା ସେ ବାବଦରେ ମଧ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସମ୍ୟକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସାକ୍ଷାତକାର ସମୟରେ ଟେକ୍ନୋଲୋଜିର ସମସ୍ତ ଦିଗ ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା। ବିଶେଷକରି ଏକବିଂଶ ଶତାବ୍ଦୀର ଶିକ୍ଷାକୁ ପୁନଃଚିତ୍ରଣ କରିବାରେ ଏହାର ଭୂମିକା ଓ କିଣ୍ଡ୍ରିଲଙ୍କ ପାରଦର୍ଶୀତା ସହ ବୈଷୟିକ ସମାଧାନ ଗୁଡିକ ସାହାଯ୍ୟରେ ଆମର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାରେ ଅପାର ସମ୍ଭାବନା ରହିଛି।ବିଶେଷତଃ ଶିକ୍ଷାକୁ ଶିକ୍ଷାର୍ଥୀ-କେନ୍ଦ୍ରିକ କରିବା, ଶିକ୍ଷାକୁ ବୃଦ୍ଧି କରିବା, ପ୍ରକ୍ରିୟାର ଦକ୍ଷତା ବୃଦ୍ଧି, ଶିକ୍ଷାର୍ଥୀ ଜୀବନଚକ୍ରର ସ୍ମାର୍ଟ ପରିଚାଳନା ଏବଂ NEP ଲକ୍ଷ୍ୟ ହାସଲ କରିବାରେ ଶିକ୍ଷା ବ୍ୟବସ୍ତା ଚଳାଇବା ପାଇଁ ଏକତ୍ର କାର୍ଯ୍ୟ କରିବାକୁ କିଣ୍ଡ୍ରିଲଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।