ଭାରତକୁ ନେଇ ଆମେରିକାର ଆଶ୍ଚର୍ଯ୍ୟ ଜନକ ବୟାନ

ଦୁଇ ଦିନ ପାଇଁ ଭାରତକୁ ଆସିଥିବା ଆମେରିକାର ଡିପ୍ଟି ଏନଏସଏ ଦିଲୀପ ସିଂହ ଭାରତକୁ ଚେତାବନୀ ଦେଇଛନ୍ତି ।

0

ଦିଲ୍ଲୀ : ଋଷ ଆଉ ୟୁକ୍ରେନର ଯୁଦ୍ଧ ପୁରା ବିଶ୍ୱକୁ ଦୋହଲାଇ ଦେଇଛି । ଏହି ସମୟରେ ଆମେରିକା ଏମିତି କିଛି ମନ୍ତବ୍ୟ ଦେଇଛି ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ଦିନ ପାଇଁ ଭାରତକୁ ଆସିଥିବା ଆମେରିକାର ଡିପ୍ଟି ଏନଏସଏ ଦିଲୀପ ସିଂହ ଭାରତକୁ ଚେତାବନୀ ଦେଇଛନ୍ତି । ଯେ ଋଷ ଉପରେ ଲାଗିଥିବା ପ୍ରତି ବନ୍ଧକକୁ ଯଦି ଅନ୍ୟ ଦେଶି ଉଲଙ୍ଘନ କରେ ତେବେ ତାର ଅବସ୍ଥା ଖରାପ ହେବ । ଏପଟେ ଦିଲୀପ ସିଂହଙ୍କର ଋଷ ଉପରେ ପ୍ରତିବନ୍ଧକକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ଜାଣା ପଡିଛି । ଏହା ସହ ସେ କହିଛନ୍ତି ଯେ ଚୀନ ଆଉ ଋଷ ମଧ୍ୟରେ ଖୁବ ନିବିଡ ସମ୍ପର୍କ ରହିଛି । ଏଣୁ ଯଦି ଚୀନ ଭାରତ ଉପରେ ଆକ୍ରମଣ କରେ ତେବେ ଋଷ ଭାରତକୁ ସାହାଯ୍ୟ କରିବ ନାହିଁ ।

କିନ୍ତୁ ଭାରତ ଏହାର ପ୍ରତି ଉତ୍ତରରେ ଦେଇଛି କଡା ଜବାବ । ଭାରତ କହିଛି ଯେ ଋଷ ସହ ସମ୍ପର୍କ କୌଣସି ପ୍ରକାର ଜାରି ରହିବ । ଅର୍ଥାତ ଭାରତ ଆଉ ଋଷର ବନ୍ଧୁତାକୁ କେହି ବି ଭାଙ୍ଗି ପାରିବେ ନାହିଁ । ଆଉ ଏପରି ସ୍ଥଳେ ଅନେକ ଦେଶ ଭାରତର ପଦକ୍ଷେପକୁ ଋଷ ସପକ୍ଷ ବୋଲି ଭାବୁଛନ୍ତି । ଆମେରିକା ମଧ୍ୟ ଅପେକ୍ଷା କରିଛି କି ଭାରତ କେବେ ଋଷର ବିରୁଦ୍ଧରେ ମନ୍ତବ୍ୟ ଦେବ । ଯଦି ଭାରତ ଋଷ ବିରୁଦ୍ଧରେ କିଛି ବି କୁହେ ତେବେ ତାକୁ ଏକ ବଡ ପଦକ୍ଷେପ ବୋଲି ମାନି ନିଆଯିବ ।

ସବୁଠୁ ଗୁରୁତ୍ତ୍ୱ ପୂର୍ଣ୍ଣ କଥା ହେଲା ଯେ ଏହି କିଛି ଦିନ ହେଲା ଭାରତକୁ ଆନ୍ୟ ଦେଶର ବିଦେଶ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଆସିଥିଲେ । ଚୀନ, ମ୍ୟାକି୍ସକୋ, ଜର୍ମାନୀ, ନେଦରଲାଣ୍ଡ ଆଦି ଦେଶର ଅଧୀକାରୀ ଆସିଥିଲେ । ଏହାସହ ଆମେରିକାର ମନ୍ତ୍ରୀ ଓ ଋଷର ବୈଦେଶିକ ମନ୍ତ୍ରୀ ମଧ୍ୟ ଭାରତ ଆସିଥିଲେ । କିନ୍ତୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ ଦେଖା କରି ନ ଥିଲେ । ହେଲେ ଋଷର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ପ୍ରାୟ ୪୦ ମିନିଟ କଥା ବର୍ତ୍ତା ହୋଇଥିଲେ । ଏଥିରୁ ଏହା ସ୍ପଷ୍ଟ କି ଭାରତର ଭାବନା ଋଷକୁ ନେଇ କଣ କଣ ରହିଛି ।