ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଉପଜିଲ୍ଲାପାଳ

0

ଭୁବନେଶ୍ୱର/କାମାକ୍ଷାନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ। ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଥିଲା। ଭୁବନେଶ୍ୱରରେ ଗୋଟିଏ ୩ ତାଲା କୋଠା ସହ ତାଙ୍କର ମୋଟ ୩ଟି ବହୁତଳ ବିଲ୍ଡିଂ ଥିବା ବେଳେ ୧୪ଟି ପ୍ଲଟ୍‌ ଠାବ ହୋଇଛି। ସେହିପରି ତାଙ୍କର ୩୪.୫୭ ଲକ୍ଷ ଟଙ୍କାର ବ୍ୟାଙ୍କ୍‌‌ ଜମା ଠାବ କରାଯାଇଛି। ଚଢ଼ଉ ସମୟରେ ତାଙ୍କ ଘରୁ ନଗଦ ୧.୪୮ଲକ୍ଷ ଟଙ୍କା, ୩୬୬ ଗ୍ରାମର ସୁନା ଏବଂ ଅନ୍ୟାନ ସାମଗ୍ରୀ ଠାବ କରାଯାଇଛି। ଏହି ସବୁ ସମ୍ପତ୍ତିର ହିସାବ ଭିଜିଲାନ୍ସ ତାଙ୍କୁ ମାଗିଥିଲେ ମଧ୍ୟ ସେ ତାହାର ଉତ୍ତର ଦେଇପାରିନଥିଲେ। ତେଣୁ ଭିଜିଲାନ୍ସ ଏନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ଗତକାଲି ସକାଳୁ ଭିଜିଲାନ୍ସ ୧୦ଟି ସ୍ଥାନରେ ଚଢ଼ଉ କରିଥିଲା। ଏଥିରେ ୭ଜଣ ଡିଏସ୍‌‌ପି, ୩ଜଣ ଇନ୍ସପେକ୍ଟର, ୮ଜଣ ଏଏସ୍‌‌ଆଇ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ।