ବ୍ୟୁରୋ: ପୋଲିସ ସାଙ୍ଗେ ପଙ୍ଗା । ଏପରି ପଙ୍ଗା ନେଇଛନ୍ତି ଜଣେ ମହିଳା ବାଇକ ଚାଳକ । ପ୍ରଥମେ ଟ୍ରାଫିକ୍ ପୁଲିସକୁ ଗାଳି , ପରେ ଧମକ ଓ ଧକ୍କା ମାରିଛନ୍ତି ମହିଳା ଜଣକ । ଆଉ ଏଭଳି ଘଟଣା ଘଟିଛି ମୁମ୍ବାଇ ଅନ୍ତର୍ଗତ ବାନ୍ଦ୍ରା-ୱର୍ଲି ସି’ ଲିଙ୍କ୍ ରାସ୍ତାରେ । ତେବେ ଏପରି କାଣ୍ଡ ଭିଆଇ ଥିବା ମହିଳା ଜଣକ ନୁପୁର ପଟେଲ ବୋଲି ଜଣାପଡିଛି । ମହିଳା ତାଙ୍କ ବୁଲେଟରେ ସମୁଦ୍ର ଲିଙ୍କରେ ଯାଇ ଦକ୍ଷିଣ ଆଡକୁ ଯାଉଥିଲେ। ଏତିକି ବେଳେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ । ଏବଂ ସେ ସେତେବେଳେ ସେମାନଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି କହିଥିଲେ । ଆଉ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଥିରେ ଦେଖାଯାଉଛି, ଦ୍ରୁତଗତିରେ ବାଇକ୍ ଚଳାଉଥିବା ଉକ୍ତ ମହିଳା ଆରୋହୀଜଣକଙ୍କୁ ପୁଲିସ ଅଟକାଇଛି । ଏବଂ ମହିଳା ଜଣକ କନେଷ୍ଟବଳଙ୍କ ସହିତ ବଡ଼ପାଟିରେ ଯୁକ୍ତିତର୍କ କରୁଛନ୍ତି। ତେବେ ପୋଲିସ ଏବେ ଏହି ଘଟଣାରେ ମହିଳା ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।
ବାଇକ୍ ଅଟକାଇଥିବା ଟ୍ରାଫିକ୍ ପୁଲିସମାନେ ତାଙ୍କୁ ବାଇକ୍ ଓହ୍ଲାଇବାକୁ କହିବାରୁ ସେ ଓହ୍ଲାଇବାକୁ ମନା କରି ସେମାନଙ୍କୁ ଗାଳି ଦେଇ କହିଲେ, ହାତ କାଟିଦେବିଟ୍ଟ ଏଡ଼େ ସାହସ ମୋ ଗାଡ଼ିରେ ହାତ ଦେଲ। ଘଟଣା ସଂକ୍ରାନ୍ତରେ ପୁଲିସ କହିଛି ଯେ, ନୂପୁର ମୁକେଶ ପଟେଲ୍ ନାମ୍ନୀ ଜଣେ ମହିଳା ସି’ ଲିଙ୍କ୍ରେ ବୁଲେଟ୍ ଚଢ଼ି ଦକ୍ଷିଣ ମୁମ୍ବାଇ ଆଡ଼କୁ ଯାଉଛନ୍ତି ବୋଲି ବାନ୍ଦ୍ରା-ୱର୍ଲି ସି’ ଲିଙ୍କ୍ ସୁରକ୍ଷା ଅଧିକାରୀ ଆମକୁ ସୂଚନା ଦେଇଥିଲେ। ଟ୍ରାଫିକ୍ ପୁଲିସ ତାଙ୍କୁ ଅଟକାଇବାରୁ ସେ ସେମାନଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କରି କହିଲେ ଯେ, ଏ ରାସ୍ତା ତାଙ୍କ ବାପାଙ୍କର। ସେ ଜଣେ ଟିକସଦାତ୍ରୀ ହୋଇଥିବାରୁ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। ଅନେକ ଥର ଅନୁରୋଧ କରିବା ସତ୍ତ୍ବେ ସେ ତାଙ୍କ ବୁଲେଟକୁ ରାସ୍ତାକଡ଼କୁ ନେବାକୁ ଅଗ୍ରାହ୍ୟ କରି ଓଲଟି ଟ୍ରାଫିକ୍ ପୁଲିସଙ୍କ ସହିତ ଯୁକ୍ତି କରିବା ସହିତ ଜଣେ କନେଷ୍ଟବଳଙ୍କୁ ଧକ୍କା ମାରିଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।