ମାଲକାନଗିରି : ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ । ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ମାଡିବସିଲା ଭିଜିଲାନ୍ସ । ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆରଆଇ ।
ସୂଚନା ଅନୁଯାୟୀ, ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁ ଜଣେ ହିତାଧିକାରୀଣୀ ସନ୍ଧ୍ୟାରାଣୀ ମଣ୍ଡଳଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଏୟାରଷ୍ଟ୍ରିପ ନିର୍ମାଣରେ ହରାଇଥିବା ଜମି କ୍ଷତିପୂରଣ କରାଇଦେବା ପାଇଁ ୩୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। RI ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଛନ୍ତି । ବାକି ୨୫ ହଜାର ଟଙ୍କା ନେଲା ବେଳେ ଧରିଲା ମାଲକାନଗିରି ଭିଜିଲାନ୍ସ ଟିମ୍ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଭିଜିଲାନ୍ସ DSP ସୁଶାନ୍ତ କୁମାର ବିଶ୍ଵାଳ ।