ଲୁଚି ରହିଥିବା ପରମ୍ପରାକୁ ପୁନରାବୃତି କରିଛନ୍ତି ଗ୍ରାମବାସି

0

ଗଞ୍ଜାମ /ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଥାନା ଅଧୀନ କଣ୍ଟାଈକୋଳି ଗ୍ରାମରେ ଶ୍ରୀ ରାମ ନବମି ର ଅନ୍ତିମ ଦିନରେ ମର୍ୟ୍ୟାଦା ପୁରୁଷ ଶ୍ରୀ ରାମ ଚନ୍ଦ୍ର ଙ୍କ ଗ୍ରାମ ପରିଭ୍ରମଣ ବହୁ ଆଡ଼ମ୍ବରରେ ହୋଇଯାଇଛି କ୍ଷ ଗୋପୀନାଥ ସାହି ସ୍ଥିତ ରଘୁନାଥ ଙ୍କ ମନ୍ଦିର କୁ ଆଲୋକ ମାଳା ରେ ସୁସଜିତ କରିବା ସହ ପୁଷ୍ପ ମାଲ୍ୟା ରେ ପ୍ରଭୁଙ୍କ ମନ୍ଦିର ସଜିତ କରାଯାଇଥିଲା କ୍ଷ ରଙ୍ଗ ବେରଙ୍ଗ ର ତୋରଣ ସାଙ୍ଗକୁ ଭଳିକି ଭଳି ବେଶ ର ଆସର ଜମିଛି କ୍ଷ ଦୀର୍ଘ ୨୦ ବର୍ଷ ପୂର୍ବେ ଦିନେ ଏହି ଯାତ୍ରା ନିକଟ ଅଞ୍ଚଳରେ ଚର୍ଚ୍ଚା ହଉଥିବା ବେଳେ ଗତ କିଛି ବର୍ଷ ହେଲା ଲୋପ ପାଇଯାଇଥିଲା କ୍ଷ ତେବେ ବହୁ ଵର୍ଷ ତଳୁ ଲୁଚି ରହିଥିବା ଏହି ଯାତ ପରମ୍ପରା ପୁଣି ଥରେ ଦେଖିବାକୁ ମିଳିଛି, ବିଗତ ବର୍ଷ ଏହି ଯାତ୍ରା ର ଆଡମ୍ବର ପୁନରାବୃତ୍ତି ହୋଇଥିବା ବେଳେ ଚଳିତ ଵର୍ଷ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା କ୍ଷ ହାଡ଼ି ବାଦ୍ୟ ର ତାଳ ରେ ତାଳ ଦେଇ ବାଘ ନାଚ,ଗାଁ ଆଖଡ଼ା (ବାଡ଼ି ଖେଳ), ଧୁମ ଧମାକା ସହ କୀର୍ତନ ସ୍ଥଳ ଆଦି ପଟୁଆର ସହ ପ୍ରଭୁଙ୍କ ଗ୍ରାମ ପରିଭ୍ରମଣ ହୋଇଥିଲା କ୍ଷ ମନ୍ଦିର କମିଟି ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଥିଲା, ଏଥିରେ ମନ୍ଦିର ପରିଚାଳକ ଦାମୋଦର ପୃଷ୍ଟି, ରାଘବ ପୃଷ୍ଟି, ଦେବେନ୍ଦ୍ର ବେହେରା, ଲବ କିଶୋର ସାହୁ, ତ୍ରିନାଥ ବେହେରା, ଶରତ କୁମାର ସାହୁ, କୁମୁଦ ସାହୁ, ସ୍ୱରାଜ୍ୟ ବେହେରା, ପ୍ରତାପ କୁମାର ସାହୁ, ଲିଟୁ ସାହୁ, ମିଟୁ ଦାଶ, ମଙ୍ଗୁଳୁ ସାହୁ, ବିଜୟ କୁମାର ସାହୁ, ଆଶିଷ ସାହୁ, କାଁହ୍ନୁ ସାହୁ ଏବଂ ମନ୍ଦିର କତୃପକ୍ଷ ଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ କ୍ଷ