ଜଳେଶ୍ୱର/ ଅଜିତ ସାହୁ: ୩ ଜଣ ପିଲା ଚୋରକୁ ବାନ୍ଧି ନିସ୍ତୁକ ମାଡମାରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡା ଗ୍ରାମରେ । ଗତ ୧୯ ତାରିଖ ସିଂଲା ଥାନା କରୁଆଃ ଗ୍ରାମର ଖୁନି ମାରାଣ୍ଡି , ପାଖ ଗ୍ରାମ ଚକଅର୍ଜୁନି ଗ୍ରାମକୁ ବନ୍ଧୁ ଘରକୁ ଯାଇଥିଲେ। ତେବେ ୬ ମାସର ଶିଶୁ ପୁତ୍ର ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିଲେ । ଏ ନେଇ ଝୁନି ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣା ତଦନ୍ତ ଚଳାଇଥିଲା । ତେବେ ଗତକାଲି ରାତିରେ ଛଡା ଗ୍ରାମରେ ଶିଶୁପୁତ୍ରଟି ଥିବା ଜାଣିପାରି ଗ୍ରାମବାସୀ ମାନେ ଶିଶୁପୁତ୍ରକୁ ଉଦ୍ଧାର କରି ଘଟଣାରେ ସଂପୃକ୍ତ ଥିବା ପିଲା ଚୋରଙ୍କୁ କାବୁ କରି, ହାତ ଗୋଡ ବାନ୍ଧିବା ସହ ନିର୍ଧୁମ ଛେଚି ଥିଲେ। ଏମିତିକି କାନ ଧରି ଦୀର୍ଘ ସମୟ ଆଣ୍ଠେଇ ରଖିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ପିଲାଚୋର ମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।