ଆସ୍କା /କମଳିନୀ ହୋତା : ଗ୍ରାମରେ ଗୁଣି କରି ହତ୍ୟା କରାଯାଉଥିବା ଅଭିଯୋଗ କରି କୋଟିନଡା ଥାନା ଆଗରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ । ପୋଲିସ ପକ୍ଷରୁ ଏଥିପ୍ରତି ସତର୍କତା ଅବଲମ୍ବନ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଗ୍ରାମବାସୀ ପକ୍ଷରୁ ଗ୍ରାମ ମଣ୍ଡପରେ ବୈଠକ କରି ଗୁଣିର ସନ୍ଦେହ ଦୂର କରିବା ଶକାଷେ ପ୍ରେତାତ୍ମା ଆସୁଥିବା ମହିଳାଙ୍କୁ ବଡ଼ ତାନ୍ତ୍ରିକ ପାଖରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଅଡ଼ି ବସିଛନ୍ତି। ଅନ୍ୟ ପଟେ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ରହି ପ୍ରେତାତ୍ମା କୁହାଯାଉଥିବା ମହିଳାଙ୍କୁ ମେଡିକାଲ ନେବା ପାଇଁ କହିଛନ୍ତି । ଏପରି ବାଦ ବିବାଦ ମଧ୍ୟରେ ଗାଁ ପରିସ୍ଥିି ଏବେ ଅଶାନ୍ତ ହୋଇପଡିଛି । ବିଜ୍ଞାନ ମତ ଅନୁସାରେ ଯଦିଓ ଗୁଣି ଗାରେଡି ଆଇନି ସ୍ନମତ ନିହେଁ। ତଥାପି ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇ ପୁଅ ଝିଅ ହରାଇଥିବା ଲୋକଙ୍କ ପରିବାର ଵର୍ଗ ମେଡିକାଲ ବିଜ୍ଞାନ କୁ ଗ୍ରହଣ କରୁନାହାନ୍ତି।
ସୂଚନାଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ କୋଟିନଡା ଗ୍ରାମରେ ବିଗତ କିଛି ବର୍ଷ ହେବ ପାଖା ପାଖି ୧୦ ଉଦ୍ଧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି।ଏହି ସବୁ ମରିବା କଥା ପ୍ରେତ ଶବାର ହୋଇଥିବା ମହିଳାଙ୍କ ଜଣକ କହୁଥିବାରୁ ଲୋକେ ତନ୍ତ୍ର ବିଦ୍ୟା ଉପରେ ବିଶ୍ୱାସ କରୁଛନ୍ତି। ଏଭଳି ଅଡ଼ୁଆ ପରିସ୍ଥିତି କୁ ସମାଧାନ କରିବା ପାଇଁ ଥାନାରେ ଆସିକା ଉପଖଣ୍ଡ ଚିକିତ୍ସା ଅଧିକାରୀ ଆସିକା ଓ କୋଡ଼ିନଡା ଥାନା ଅଧିକାରୀ ଙ୍କ ସମେତ ସଶସ୍ତ୍ର ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।