ଉପର ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର

0

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରେ ବଢିବାରେ ଲାଗିଛି ଜଳ ସ୍ତର । ଆଜି ସକାଳ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୬.୪୩ଫୁଟ ରହିଥିବା ବେଳେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୩୬ହଜାର୮୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କଲମାର ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇଛି ଛତିଶଗଡ । ଯାହା ଫଳରେ ମହାନଦୀର ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।