ସମ୍ବଲପୁର: ବର୍ଷକୁ ନେଇ ବଢୁଛି ହୀରାକୁଦ ଜଳ ଭଣ୍ଡାର । ଗତ ୨୪ ଘଣ୍ଟାରେ ବଢିଲା ୬ଫୁଟ ବୃଦ୍ଧି ପାଇଛି ଜଳସ୍ତର । ଗତକାଲି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯ ଫୁଟ ଥିବାବେଳେ ଆଜି ତାହା ୬୧୫ ଫୁଟ ଅତିକ୍ରମ କରିଛି। ଦୃତ ଗତିରେ ବଢିଚାଲିଛି ଡ୍ୟାମର ପାଣି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ ବନ୍ୟାଜଳ। ୨ ଟି ଗେଟରେ ନିଷ୍କାସିତ ହେଉଛି ୬୬ ହଜାର ଘନଫୁଟ। ଫଳରେ ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ମୋଟ ୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ୭ଟି ଗେଟ ଦେଇ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ ଜଳ ମହାନଦୀକୁ ଛଡାଯାଇଛି। ହୀରାକୁଦ ଡ୍ୟାମରେ ଆଜି ୫ଟି ଗେଟ୍ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା।