ଲଗାଣ ବର୍ଷାରେ ହିମାଚଳପ୍ରଦେଶର ଅନେକ ଅଂଚଳରେ ବୃଦ୍ଧି ପାଇଛି ନଦୀର ଜଳସ୍ତର

0

ହିମାଚଳ :ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ । ଲଗାଣ ବର୍ଷାରେ ବେହାଲ ହୋଇଛି ହିମାଚଳପ୍ରଦେଶର ଅନେକ ଅଂଚଳ । ବୃଦ୍ଧି ପାଇଛି ନଦୀର ଜଳସ୍ତର । ତାସ ଘର ପରି ଭୁଷୁଡି ପଡିଛି ଅନେକ ଘର, କୋଠା ଓ କାର୍ୟ୍ୟାନୁଷ୍ଠାନ । ଜଳ ସମାଧୀ ନେଇଛି ଅନେକ ଗାଡି ଓ ବଡ ବଡ ଗଛ । ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସମଗ୍ର ରାଜ୍ୟକୁ “ପ୍ରାକୃତିକ ବିପର୍ୟ୍ୟୟ ପ୍ରଭାବିତ ଅଂଚଳ ବୋଲି ଘୋଷଣା କରିଛନ୍ତି ହିମାଚଳପ୍ରଦେଶ ସରକାର । ଲଗାଣ ବର୍ଷାରେ ଜଳସ୍ତର ବୃଦ୍ଧି ପାଇବା ହେତୁ ରାଜ୍ୟର ମଣ୍ଡି ଅଂଚଳ କୋଲ ଡ୍ୟାମ ନିକଟରେ ଅଟକି ରହିଥିବା ୧୦ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୫ଜଣ ବନ କର୍ମଚାରୀ ହୋଇଥିବା ଜାଣିବାକୁ ମିଳିଛି । ତେବେ ଚଳିତ ବର୍ଷ ହିମାଂଚଳପ୍ରଦେଶରେ ପ୍ରକୃତିକ ବିପର୍ୟ୍ୟୟ ଜନିତ ୩୩୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେବି ନିଖୋଜ ଅଛନ୍ତି । ହିମାଚଳପ୍ରଦେଶରେ ଗତ ସପ୍ତାହରୁ ବନ୍ୟା ଓ ଭୁସ୍ଖଳନର ବିପର୍ୟ୍ୟୟରୁ ଏପର୍ୟ୍ୟନ୍ତ ବର୍ତି ନାହାଁନ୍ତି ଲୋକେ । ଏବେବି ଉଦ୍ଧାର କାର୍ୟ୍ୟରେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ । ଅନେକ ଯାତାୟତ ପଥ ବନ୍ଦ ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଶେଷ ଭାବରେ କୁଲୁ ରୁ ମନାଲି ଏବଂ ପର୍ୟ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି ।ପର୍ୟ୍ୟଟନ ଶିଳ୍ପ ପାଇଁ ଖରାପ ରାସ୍ତା ପ୍ରତିବନ୍ଧକ ସୃଷ୍ଟି କରିଛି । ରାଜ୍ୟର ବିଭିନ୍ନ ଅଂଚଳରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗ ରାଜ୍ୟରେ ଆସନ୍ତା ଅଗଷ୍ଟ ୨୨ରୁ ୨୪ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି । ଏନେଇ ରାଜ୍ୟରେ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ହିମାଂଚଳପ୍ରଦେଶ ସରକାରଙ୍କ ଆକଳନ ଅନୁଯାୟୀ ରାଜ୍ୟରେ ପ୍ରକୃତିକ ବିପର୍ୟ୍ୟୟ କାରଣରୁ ରାଜ୍ୟକୁ ୮ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଛି । ବ୍ୟୁରୋ ରିପୋର୍ଟ ରିପୋଟରସ ଟୁଡେ……