ଗଜପତି / ତ୍ରିପତି ବିଷୋୟୀରତ୍ନ : ଜିଲ୍ଲା ପ୍ରଶାସନର ପ୍ରତିଶୃତିକୁ ଅବମାନନା କରି ଶେଷରେ ହଟହଟା ହେଲେ ଜଳପ୍ରକଳ୍ପ ଅଧିକାରୀ। ହଁ ଆଜ୍ଞା ଦୀର୍ଘ ବର୍ଷ ଧରି ଛେଳିଗଡ ଜଳପ୍ରକଳ୍ପ କାର୍ଯ୍ୟ ଚାଲି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ବିସ୍ଥାପିତ ବୁଡି ଅଂଚଳ ଲୋକଙ୍କୁ କ୍ଷତି ପୂରଣ ମିଳିପାରିନି। ତେବେ ଏପ୍ରିଲ ୨୨ ତାରିଖ ଦିନ ବୁଡି ଅଞ୍ଚଳ ଲୋକେ ରାସ୍ତାରୋକ କରିବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେପର୍ଯ୍ୟନ୍ତ ବିସ୍ଥାପିତ ଲୋକଙ୍କ କ୍ଷତିପୂରଣ ଦିଆଯାଇନାହିଁ ସେପର୍ୟ୍ୟନ୍ତ ଡ୍ୟାମ କାର୍ଯ୍ୟ ସମ୍ପୂର୍ଣ ବନ୍ଦ ରହିବ ବୋଲି ପ୍ରତିଶୃତି ମିଳିଥିଲା । କିନ୍ତୁ ଜଳ ପ୍ରଳ୍ପର ଅଧିକାରୀମନେ ପ୍ରଶାସନର ପ୍ରତିଶୃତିକୁ ଅବମାନନା କରି ରାତିଅଧିଆ ଡ୍ୟାମ କାର୍ଯ୍ୟ ଆରମ୍ଭ କରୁଛନ୍ତି । ତାହାକୁ ବିରୋଧ କରି ବୁଡି ଅଂଚଳର ଶତାଧିକ ଲୋକେ ରାତି ଅଧିଆ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟ ଳୟକୁ ଘେରାଓ କରିଥିଲେ । ତେବେ ପରବର୍ତୀ ମୁହୂର୍ତ୍ତରେ ବୁଡି ଅଞ୍ଚଳବାସୀ ଏବଂ ଜଳପ୍ରକଳ୍ପ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ସେହି ବୈଠକରେ ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ବୀରେନ୍ଦ୍ର କୁମାର ଜଗତ ଲୋକଙ୍କୁ କ୍ଷମା ପାର୍ଥନା କରିବା ସହ ଏପ୍ରିଲ ୨୨ ତାରିଖ ଠାରୁ ଯାହା ବି ଡ୍ୟାମ କାର୍ଯ୍ୟ ହୋଇଛି ତାହାକୁ ଭଙ୍ଗା ଯିବ ଏବଂ ଯେପର୍ଯ୍ୟନ୍ତ ୧୫ ଦଫା ଦାବି ପୂରଣ ହେଇନି ସେ ପର୍ଯ୍ୟନ୍ତ ଡ୍ୟାମ କାର୍ୟ୍ୟ ବନ୍ଦ ରହିବ ବୋଲି ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁଙ୍କୁ ଲିଖିତ ପ୍ରତିଶୃତି ଦେଇଛନ୍ତି ।