ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ଛଅ ଦିନ ବାକି ରହିଥିବା ବେଳେ ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ମହଲ ସରଗରମ ରହିଛି । ଏପରି କ୍ଷେତ୍ରରେ ନିର୍ବାଚନ ମଣ୍ଡଳୀର ଚାରି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରଚାର କରିବା ଜୋର ଧରିଥିବା ବେଳେ ବିଷମ କଟକ ବ୍ଲକ ର ଚାରି ପ୍ରମୂଖ ସାପ୍ତାହିକ ହାଟ ରେ ପ୍ରତ୍ୟେକ ଦଳ ନିଜନିଜର ସମର୍ଥକଙ୍କ ସହ ପ୍ରଚାର କରିବା ଦେଖିବାକୁ ମିଳିଛି । ବିଷମ କଟକ ବ୍ଲକ୍ ଆଖ ପାଖ ଅଞ୍ଚଳର ଗ୍ରାମାଞ୍ଚଳର ହଜାର ହଜାର ଲୋକ ନିଜର ଅବଶକୀୟ ଜିନିଷ କିଣିବା ଓ ଚାଷ ଫସଲ ବିକ୍ରି ପାଇଁ ସପ୍ତାହିକ ହାଟ ଉପରେ ନିର୍ଭର କରନ୍ତି । ସାପ୍ତାହିକ ହାଟ ନିର୍ବାଚନୀ ପ୍ରଚାର ପାଇଁ ପ୍ରତ୍ୟକ ଦଳ କ୍ଷେତ୍ରରେ ଏହା ଏକ ପ୍ରମୁଖ ସ୍ଥାନ ହୋଇଥାଏ ଏହି ସୁଯୋଗ କୁ ଦୃଷ୍ଟିରେ ରଖି ସୋମବାର ଦିନ ଦୁର୍ଗୀ ପଞ୍ଚାୟତ ଭାଲେରି ହାଟ ଠାରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଧୀର କୁମାର ଦାଶ ଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇ ବିଧାୟକ ପ୍ରାଥି ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ସାଂସଦ ପ୍ରାଥିନି ଶ୍ରୀମତୀ କୌଶଲ୍ୟା ହିକକା ଙ୍କୁ ଭୋଟ ଦେବା ପାଇଁ ନିବେଦନ କରାଯାଇଥିଲା ଏଥିରେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଦଳୀୟ କର୍ମୀଙ୍କ ସହ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଥିଲା । କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ମଧ୍ୟ ହଜାର ହଜାର ସମର୍ଥକ ଙ୍କ ସହ ବାଜା ବାଦ୍ୟ ସହ ନିଜ ନିଜର ପ୍ରାଥି ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା ।କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାଥି ଶ୍ରୀଯୁକ୍ତ ନୀଳମାଧବ ହିକକା ଏବଂ ସାଂସଦ ପ୍ରାଥି ଶ୍ରୀଯୁକ୍ତ ସପ୍ତଗୀରି ଉଲ୍କାକା ଙ୍କୁ ଏବଂ ବିଜେପି ତରଫରୁ ବିଧାୟକ ପ୍ରାଥି ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୁକା ଓ ସାଂସଦ ପ୍ରାଥି କାଲିରାମ ମାଝି ଙ୍କୁ ଭୋଟ ଦେବାପାଇଁ ନିବେଦନ କରାଯାଇଥିଲା । ବିଏସପି ଦଳ ପକ୍ଷରୁ ବିଧାୟକ ପ୍ରାଥୀ ଜିତୁ ଜାକାଶିକା ଙ୍କ ନେତୃତ୍ୱରେ ଦଳ ପକ୍ଷରୁ ନିଜ ସମର୍ଥକ ଙ୍କ ସହ ନିର୍ବାଚନୀ ପ୍ରଚାର କରାଯାଇ ବିଧାୟକ ପ୍ରାଥୀ ଜିତୁ ଜାକାଶିକ ଙ୍କୁ ଭୋଟ ଦେବାକୁ ନିବେଦନ କରାଯାଇଥିଲା । ଆଜି ମଙ୍ଗଳ ବାର ଦୁକୁମ୍ ସାପ୍ତାହିକ ହାଟ ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ବୁଧବାର ଦିନ ଚାଟିକଣା ସାପ୍ତାହିକ ହାଟ ,ଗୁରୁବାର ଦିନ ହାଟ ମୁନିଗୁଡା ହାଟ ରହିଥିବା ବେଳେ ସେଠାରେ ମଧ୍ଯ ପ୍ରଚାର ଜୋର ଶୋର ରେ କରାଯିବ ପାଇଁ ପ୍ରତ୍ୟେକ ଦଳ ସଜା ବାଜ ହେବା ସୂଚନା ମିଳିଛି ।