ପାରିବାରିକ କଳହକୁ କେନ୍ଦ୍ରକରି ସ୍ଵାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଲେ ସ୍ତ୍ରୀ

0

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ପାରିବାରିକ କଳହକୁ କେନ୍ଦ୍ରକରି ସ୍ଵାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଲେ ସ୍ତ୍ରୀ । ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ ଆଜି ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଲହକୁ କେନ୍ଦ୍ର କରି ସ୍ଵାମୀ ଉପରେ କିରୋସିନି ଢାଳି ସ୍ତ୍ରୀର ହତ୍ୟା ଉଦ୍ୟମ । ସୂଚନା ପ୍ରକାରେ କୁଲାଡ ଗ୍ରାମର ଅବସର ପ୍ରାପ୍ତ ବନ କର୍ମଚାରୀ ପ୍ରଫୁଲ୍ଲ କୁମାର ସାବତ (୭୨)ଙ୍କ ଘରେ କୌଣସି କାରଣକୁ ନେଇ ଆଜକୁ ଚାରି ଦିନ ହେଲା ଉଭୟ ସ୍ୟାମୀ ସ୍ତ୍ରୀ ମଧ୍ୟରେ ବଚସା ଚାଲିଥିଲା । କିନ୍ତୁ ଆଜି ସକାଳେ ଯେତେବେଳେ ଘର ବାରଣ୍ଡାରେ ପ୍ରଫୁଲ୍ଲ ବସିଥିବା ସମୟରେ ସ୍ତ୍ରୀ ପଛପଟୁ ଆସି କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ପ୍ରଫୁଲ୍ଲଙ୍କ ଚିତ୍କାର ଶୁଣି ପାଖପଡୋଶୀ ଆସି ଦେହରେ ଲାଗିଥିବା ନିଆଁକୁ ଲିଭାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା । ଶରୀରର ପାଖାପାଖି ୭୦ ଭାଗ ପୋଡି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଜ୍ଞଳମଶ କୁ ସ୍ଥାନାନ୍ତର କରାଯାଇଛି।