ଆଜି ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ

0

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେସନର ପୁର୍ବରୁୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । ସୁରୁଖୁରରେ ବୈଠକରେ ସଂସଦ କାର୍ଯ୍ୟ ଚଲାଇବାକୁ ସବୁ ଦଳ ସହ ସରକାର ଯୋଗ ଲୋଡିବେ । ଏବଂ ଶୀତ ଅଧିବେଶନରେ ଆଗକୁ ହେବାକୁ ଥିବା ବିଧେୟକ ସମ୍ପର୍କିତ ବିଷୟରେ ଆଲୋଚନା କରାଯାଇଥିଲା । ଖବର ଅନୂଯାୟୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ଗୃହର ବହୁ ନେତା ସାମିଲ ହେବେ । ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଏବଂ ରାଜାସଭାର ବିଭିନ୍ନ ଦଳର ନେତାମାନଙ୍କୁ ସର୍ବଦଳୀୟ ବୈଠକ ପୂର୍ବରୁ ନିମନ୍ତ୍ରଣ ପଠାଯାଇଥିଲା। ଏଥର ସର୍ବଦଳୀୟ ବୈଠକ ବଦଳରେ ବିଜନେସ ଆଡଭାଇଜରୀ କମିଟିର ବୈଠକ ଡାକିବାକୁ ନିଷ୍ପତ୍ତି ନିଆଯାଇଛି । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ।