(ତାରାକାନ୍ତ ନାୟକ /ସାଲେପୁର): କଟକ ଚାନ୍ଦବାଲି ରାସ୍ତାର ପାଗା ମୁଖ୍ୟ ରାସ୍ତା ଉପରେ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ସାଲେପୁର ସିଶୁଆ ଅଞ୍ଚଳର ବୁଲି ବେହେରା। ବୁଲି ତାଙ୍କ ପୁଅ ଦୀପକ ବେହେରାଙ୍କ ସହ ବନ୍ଧୁ ଘରକୁ ଯାଉଥିବା ବେଳେ ବୁଲି ବେହେରା ମୁଖ୍ୟ ରାସ୍ତା ଉପରେ ଖସି ପଡ଼ିଥିଲେ। ପଛରୁ ଆସୁଥିବା ଆଉ ଏକ ଗାଡି ତାଙ୍କ ଉପରେ ଚଢ଼ାଇ ଦେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖସି ପଳାଇ ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଉକ୍ତ ସ୍ଥାନରେ ପାଗା ଫାଣ୍ଡି ଅଧିକାରୀ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ମୃତ ମହିଳାଙ୍କୁ ବଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୀପକ ବେହେରାଙ୍କ ମଟର ସାଇକେଲ ଜବତ କରିଛି ପୋଲିସ। ଦୁର୍ଘଟଣା ଘଙ୍କାଇଥିବା ଗାଡିର ଏଯାଏଁ କୌଣସି ପତ୍ତା ମିଳିନାହିଁ । ଏହି ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।