ଉଦଳା/ ଦୀପକ ମିଶ୍ର : ନିଶା ଖାଇ ଘରକୁ ଫେରିଥିଲେ ଯୁବକ । ଘରକୁ ଫେରିବା ପରେ ସ୍ତ୍ରୀ ଏବଂ ପୁଅ ସହ ବଚସା ହୋଇଥିଲା । ଏହାପରେ ସ୍ତ୍ରୀ ଏବଂ ପୁଅ ମିଳିତ ଭାବେ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ । ମଙ୍ଗଳବାର ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୋଲିସ୍ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୁଣ୍ଡଳ ଗ୍ରାମରେ । ସୁଣ୍ଡଳ ଗ୍ରାମର ନିରଞ୍ଜନ ମାଝୀ ଗତକାଲି ନିଶା ଖାଇ ଘରକୁ ଫେରିଥିଲେ । ଘରେ ପହଞ୍ôଚବା ପରେ ନିଶା ଖାଇବାକୁ ବାରଣ କରିଥିଲେ ସ୍ତ୍ରୀ ଏବଂ ପୁଅ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବଚସା । ପରେ ନିରଞ୍ଜନଙ୍କ ସ୍ତ୍ରୀ ଏବଂ ପୁଅ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ହେଲେ ଆଜି ସକାଳୁ ଘର ଭିତରୁ ନିରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ କପ୍ତିପଦା ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନିରଞ୍ଜନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ବାଡେଇ ବାଡେଇ ମାରି ଦେଇଥିବା ନିରଞ୍ଜନଙ୍କ ଭଉଣୀ ପୋଲିସ୍ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।