ହାଟଡିହି: ରୋଷେଇ କରୁଥିବା ବେଳେ ଲାଗିଲା ନିଆଁ । ଚାହୁଁ ଚାହୁଁ ଜଣିଗଲେ ୫୨ ବର୍ଷୀୟ ମହିଳା । ଏଭଳି ଘଟଣା ଘଟିଛି ନନ୍ଦିପଦା ଥାନା ବଡ ରମ୍ପାସ ପଞ୍ଚାୟତର ଦାସ ସାହିରେ । ତେବେ ମହିଳା ଜଣଙ୍କ ହେଉଛନ୍ତି ପାର୍ବତୀ ମଲ୍ଲିକ ।
ସୂଚନା ଅନୁଯାୟୀ , ପାର୍ବତୀ ଘରେ ଗ୍ୟାସରେ ରୋଷଇ କରୁଥିବା ସମୟରେ ଅଚାନକ ନିଆଁ ଲାଗିଯାଇଥିଲା । ଫଳରେ ପାର୍ବତୀ ପିନ୍ଧିଥିବା ଲୁଗାଟି ଜଳି ଉଠିଥିଲା । ଏନେଇ ପଡୋଶି ଜାଣିବା ବେଳକୁ ପ୍ରାୟତଃ ଜଳିଯାଇଥିଲେ ପାର୍ବତୀ । ପରେ ସ୍ଥାନିୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି ସ୍ଥାନିୟ ଡାକ୍ତର ଖାନାରେ ଭତ୍ତି କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।