କୋଲ୍ଡ ଡ୍ରିଙ୍କସରେ ରହିଛି କ୍ୟାନସର କାରକ: ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

0

ନୂଆଦିଲ୍ଲୀ: ମୃଦୁ ପାନୀୟରେ କ୍ୟାନସର । ଆପଣ ପିଉଥିବା କୋଲଡ ଡ୍ରିଙ୍କସ ବା ଥଣ୍ଡା ପାନୀୟରେ ରହିଛି କ୍ୟାନସର କାରକ। ଡାଏଟ କୋକ୍ , ଏନର୍ଜି ଡ୍ରିଙ୍କସ୍ , ଚୁଇଙ୍ଗ ଗମ୍ ଖାଇବା ହୋଇପାରେ ବିପ୍ପଜନକ । ଏଥିରେ ମିଶୁଥିବା କୁତ୍ରିମ ମିଠା ବା ଏସପାର୍ଟେମ କ୍ୟାନସର କରାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବଜାରରେ ମିଳୁଥିବା କୋକାକଲା ସମେତ ଅନ୍ୟାନ୍ୟ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସରେ ଆର୍ଟିଫିସିଆଲ ସୁଇଟନର ବା ଏସପାର୍ଟେମ ନାମକ ପଦାର୍ଥକୁ କମ୍ପାନୀମାନେ ବ୍ୟବହାର କରନ୍ତି । ଯାହା ଡାଏଟ ସୋଡାଠୁ ଆରମ୍ଭ କରି ଚୁଇଙ୍ଗମରେ ବ୍ୟବହାର କରାଯାଏ ।

କ୍ୟାନସର ଉପରେ ରିସର୍ଚ୍ଚ କରୁଥିବା ସଂସ୍ଥା ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ଜୁଲାଇରେ ଏହି ଏସପାର୍ଟେମକୁ କ୍ୟାନସର କାରକ ପଦାର୍ଥ ତାଲିକାରେ ସାମିଲ କରିବ । ଆର୍ଟିଫିସିଆଲ ସୁଇଟନର ଭାବେ ଏସପାର୍ଟେମ ନାମକ ପଦାର୍ଥକୁ କମ୍ପାନୀମାନେ ବ୍ୟବହାର କରନ୍ତି । ଏହା ଶରୀର ପାଇଁ ହାନିକାରକ । ଅଧିକ କୃତ୍ରିମ ମିଠା ବ୍ୟବହାର କରୁଥିବା ଲୋକଙ୍କ ପ୍ରତି କ୍ୟାନସର ଭୟ ଅଧିକ ଥିବା ରିସର୍ଚ୍ଚରୁ ଜଣାପଡିଛି ।