ଓ୍ବାସିଂଟନ: ଖୁବଶୀଘ୍ର ଆସୁଛି ବିଶ୍ବର ପ୍ରଥମ ଉଡନ୍ତା କାର୍ । ଏହା ଆକାଶରେ ଉଡିବା ସହ ରାସ୍ତାରେ ମଧ୍ୟ ଚାଲିବ । କାର୍ ଉଡାଣ ପାଇଁ ଅନୁମତି ଦେଇଛନ୍ତି ଆମେରିକା ସରକାର । ଆମେରିକା ସରକାର ଏହି ଆଲେଫ ମଡେଲ ଏ କାରକୁ ମଞ୍ଜୁରି ଦେଇଛନ୍ତି । କାର୍ଲିଫର୍ଣ୍ଣିଆର ଆଲେଫ ଏରୋନେଟିକ୍ସ କମ୍ପାନୀ ଏହି କାରକୁ ନର୍ମାଣ କରିଛି ।
ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଉଡାଣ ପାଇଁ ସାର୍ଟିଫିକେଟ ଦେଇଛି । ଏହି କାରକୁ ଥରେ ଚାର୍ଜ କଲେ ୩୭୭ କିଲୋମିଟର ଚାଲିବା ସହ ୧୭୭ କିମି ଆକାଶରେ ଉଡିବ । ଏହି ଉଡନ୍ତା କାରରେ ୨ ଜଣ ବସିପାରିବେ। କାରର୍ ମୂଲ୍ୟ ୨. ୪୬ କୋଟି ରହିଛି । ଗାଡିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।