ଯମୁନା ନଦୀରେ ଭାସୁଛି ପୁଳା ପୁଳା ଫେଣ : ବିଷ ହୋଇଯାଇଛି ସାରା ନଦୀ ପାଣି

ଚଳିତ ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ଯମୁନା ନଦୀ ପାଲଟିଛି ବିଷ

0

ବ୍ୟୁରୋ : ଶେଷ ପର୍ଯ୍ୟାୟରେ ଦିଲ୍ଲୀ ନିର୍ବାଚନ । ଯମୁନା ନଦୀ ପାଇଁ ଦିଲ୍ଲୀ ରାଜନୀତି ହୋଇଛି ସରଗରମ । ଦିଲ୍ଲୀ ନିର୍ବାଚନରେ ପାଲଟିଛି ମୁଖ୍ୟ ପ୍ରସଙ୍ଗ । ଦିଲ୍ଲୀ ନିର୍ବାଚନର ଫଳାଫଳ ଦିନକ ପରେ ଆସିବ । ଏଥର ନିର୍ବାଚନରେ ସବୁ ରାଜନୈତିକ ଦଳ ପାଇଁ ଯମୁନା ନଦୀର ପାଣି ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ।

ଯମୁନା ନଦୀର ପାଣି କିଭଳି ପ୍ରଦୂଷିତ ହୋଇ ଜହର ପାଲଟିଛି ଏହାକୁ ନେଇ ଆପ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି ଓ କଂଗ୍ରେସ । ଯମୁନା ନଦୀ ପାଣି ଏତେ ବିଷାକ୍ତ ହେଲାଣି ଯେ, ସାଧାରଣ ଲୋକଙ୍କ ପାଇଁ ଏହାକୁ ବ୍ୟବହାର କରିବା ଅସମ୍ଭବ ହୋଇଗଲାଣି । ନଦୀରେ ସବୁବେଳେ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳୁଛି ।


ପୂର୍ବରୁ ଆପ ପକ୍ଷରୁ କୁହାଯାଇଥିଲା ଯେ, ଜଳ ବୋର୍ଡର ରିପୋର୍ଟ ମୁତାବକ, ଯମୁନା ପାଣିରେ ‘ଆନୋନିଆ’ର ପରିମାଣ ଅଧିକ ରହିଛି । ଯାହା ମଣିଷ ଶରୀର ପ୍ରତି ଅତ୍ୟନ୍ତ କ୍ଷତିକାରକ ବୋଲି ଆପ ପକ୍ଷରୁ କୁହାଯାଇଛି । ପାଣିରେ ୭୦୦ ଗୁଣା ଅଧିକ ଆମୋନିଆ ଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଦିଲ୍ଲୀ ରାଜ୍ୟପାଳଙ୍କୁ ଚିଠି ମଧ୍ୟ ଲେଖିଥିଲେ । କେଜ୍ରିୱାଲଙ୍କ ବୟାନ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଯମୁନା ନଦୀର ପାଣି ପିଇଥିଲେ । ରାହୁଲ ଗାନ୍ଧୀ ଏଥିପାଇଁ ଆପକୁ ଦାୟୀ କରିବା ସହ କେଜ୍ରିୱାଲଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ ।