ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା

0

ରାଉରକେଲା – ପୁଣି ସାମ୍ନାକୁ ଆସିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ବିରମିତ୍ରପୁର ମୁନିସିପାଲଟି ତହସିଲ କାର୍ଯ୍ୟାଳୟର ୧୦ ନଂ ୱାର୍ଡରେ । ଯୁବକଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ୧୦ ନଂ ୱାର୍ଡରୁ ସଂପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଉଛନ୍ତି ୨୩ ବର୍ଷର ରିତିକ କେଶରୀ । ସେ ଏକ କୋରିଅର କମ୍ପାନୀରେ ଡେଲିଭରି ବୟ ଭାବେ କାମ କରନ୍ତି। ଯଦିଓ ଏପର୍ୟ୍ୟନ୍ତ ମୃତ୍ୟୁର କାରଣ ପୋଲିସ ତରଫରୁ ସ୍ପଷ୍ଟ କରାଯାଇନାହିଁ କିନ୍ତୁ ଘଟଣା ସ୍ଥଳକୁ ଅନୁଧ୍ୟାନ କଲେ ଯୁବକଙ୍କୁ ହତ୍ୟା କରାଯାଇ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବିରମିତ୍ରପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।