ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଯୁବତୀ

0

ବ୍ରହ୍ମପୁର : ବ୍ରହ୍ମପୁର ଅନ୍ତର୍ଗତ ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ଭାବି ଶଶୁର ଘର ଆଗରେ ଧାରଣା ଦେଲେ ଯୁବତୀ । ସୂଚନା ଅନୁଯାଇ ପଞ୍ଚମା ଗ୍ରାମର ଲକ୍ଷ୍ମୀ ମଣ୍ଡଳଙ୍କ ସହିତ ସେହି ଗ୍ରାମର ନୃସିଂହ ପ୍ରଧାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ଗତ ୨୦୨୧ ମସିହା ଡିସେମ୍ବର ମାସ ୨୭ ତାରିଖରେ ଗଣେଶ ମନ୍ଦିରରେ ବିବାହ କରିଥିଲେ । ପରବର୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା । ତେବେ ଯୁବତୀ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପୋଲିସ ନୃସିଂହକୁ ଗିରଫ କରି କୋଟ ଚାଲାଣ କରିଥିଲା । ନୃସିଂହ ଜେଲରୁ ଆସିବା ପରେ କେଉଁ ଆଡେ ଫେରାର ହୋଇଯାଇଥିଲେ । ସେପଟେ ଶ୍ୱଶୁର ଘର ଲୋକେ ଯୁବତୀକୁ ବିଭିନ୍ନ ପ୍ରକାର ନିର୍ୟ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । କୌଣସି ସମାଧାନ ନ ହେବାରୁ ବ୍ରହ୍ମପୁର ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ଧାରଣାରେ ବସିଛନ୍ତି ଯୁବତୀ ।