ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଜଣେ ଲୁଟେରାକୁ ଗିରଫ କରାଯାଇଛି । କମିଶନରେଟ ପୋଲିସ ରାଜ୍ୟ ବାହାରୁ ଲୁଟେରାକୁ ଗିରଫ କରିଥିବା ନେଇ ସୂଚନା ରହିଛି । ସେହିପରି ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ନିରଞ୍ଜନଙ୍କ ଘରୁ ଲୁଟ ପୂର୍ବରୁ ଆଉ ଜଣଙ୍କ ଘରୁ ମଧ୍ୟ ଚୋରି କରାଯାଇଥିଲା ।
ବିଶାଖାପାଟଣାରୁ ଲୁଟେରାକୁ କାବୁ କରିଛି ପୋଲିସ । ଅଭିଯୁକ୍ତ ସ୍ପାଇଡରକୁ ପୋଲିସ ବିଶାଖାପାଟଣାରୁ ଗିରଫ କରିଛି । ଅଭିଯୁକ୍ତ ଜଣକ ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପସି ପ୍ରାୟ ୨ କୋଟି ଟଙ୍କାର ସୁନା ଗହଣାରେ ମଧ୍ୟ ସ୍ପାଇଡର ସାମିଲ ଥିବା ନେଇ ସୂଚନା ରହିଛି ।
ସୂଚନା ଅନୁଯାୟୀ , ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଇଆରସି ଭିଲେଜରେ ସ୍ଥିତ ଘରୁ ଦୁଇ ଥର ଚୋରି ଉଦ୍ୟମ କରାଯାଇଛି । ଘରେ ଲାଗିଥିବା ସିସିସଟିଭି ଫୁଟେଜରେ ମଧ୍ୟରେ ଚୋରର ଭିଡିଓ କଏଦ ହୋଇଥିଲା ।