ସୁବର୍ଣ୍ଣପୁର :ମନ୍ଦିରକୁ ବି ଛାଡୁ ନାହାଁନ୍ତି ଚୋର । ଲୁଟି ନେଉଛନ୍ତି ଠାକୁରଙ୍କ ସମ୍ପତି । ଏଭଳି ଘଟଣା ଘଟିଛି ସୋନପୁର ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିର ରେ । ମନ୍ଦିରର ମୁଖ୍ୟ ଦ୍ବାର ସମେତ ଅନ୍ୟ ତାଲା କାଟି ଚୋର ମାନେ ମନ୍ଦିରରୁ ଚୋରୀ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ପୂଜକ ମନ୍ଦିର ପୁଜା ପାଇଁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ନ ଥିବା ସହ ଗେଟ ମେଲା ହୋଇଥିବା ଦେଖ୍ ମନ୍ଦିର କମିଟି କୁ ଜନେଇବା ସହ ପୋଲିସକୁ ଖବର ଦେଇଥିଲେ। ମା ଦୁର୍ଗାଙ୍କ ଦୁର୍ଲଭ ରୂପା ମୁକୁଟ ସହ ଦାନବାକ୍ସ ବାକ୍ସ ଭାଙ୍ଗି ଚୋର ମାନେ କଳାକନା ବୁଲେଇ ଥିବା ବେଳେ ଏକ ଗଡରେଜ ରୁ ମଧ୍ୟ ପାଟଶାଢ଼ୀ, ଘଣ୍ଟ ସହ କିଛି ସାମାନ ଚୋରୀ ହୋଇଥିବା ପୂଜକ କହିଛନ୍ତି। ଘଟଣା ସ୍ଥଳରେ ସୋନପୁର ଟାଉନ ଥାନା ଆଇଆଇସି ରଞ୍ଜିତ କୁମାର ସାହୁ ପହଞ୍ଚିବା ସହ ଡଗ ସ୍କୋର୍ଡ ସହାୟତାରେ ରେ ଛାନଭିନ କରୁଛନ୍ତି । ଅଧିକ ତଦନ୍ତ ପାଇଁ ବୌଦ୍ଧ ଜିଲ୍ଲାରୁ ସାଇଣ୍ଟିଫିକ ଟିମ୍ ଆସୁଥିରବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।