ରାଜ୍ୟରେ ଜରାଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ

0

ଭୁବନେଶ୍ୱର;ରାଜ୍ୟରେ ଜରା ଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ ।କେନ୍ଦ୍ର ସରକାରଙ୍କ ଅନୁଦାନରେ ୮୭ ଟି ଜରାଶ୍ରମ ଚାଲୁଥିବା ବେଳେ ସେଥିରେ ରହୁଛନ୍ତି ୨୩୨୫ ଜଣ ଅସହାୟ ଲୋକ ।ରାଜ୍ୟ ସରକାରଙ୍କ ଅନୁଦାନ ରେ ୫ ଟି ଜରାଶ୍ରମ ଚାଲୁଥିବା ବେଳେ ସେଥିରେ ରହୁଛନ୍ତି ୧୫୦ ଜଣ ଅସହାୟ ଲୋକ ।ରାଜ୍ୟ ସରକାରଙ୍କ ଅନୁଦାନ ରେ ପରିଚାଳିତ ଵୃଦ୍ଧାଶ୍ରମ ପରିଚାଳନା ପାଇଁ ବର୍ଷକୁ ୧୫ ଲକ୍ଷ ୩୧ ହଜାର ୩ ସହ ୫୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏଥିପାଇଁ ବର୍ଷକୁ ୭୬ ଲକ୍ଷ ୫୬ ହଜାର ୭ ସହ ୫୦ ଟଙ୍କା ଖର୍ଚ୍ଚ କରାଯାଉଛି ।ବିଧାନସଭାରେ ମନୋହର ରନ୍ଧାରୀ ଙ୍କ ପ୍ରଶ୍ନ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ।