ଭୁବନେଶ୍ୱର:ରାଜ୍ୟରେ ରହିଛି ୨୯୫ଟି ଫାଣ୍ଡି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହକୁ ଅବଗତ କଲେ ଆଇନ ମନ୍ତ୍ରୀ । ରାଜ୍ୟରେ ୨୯୫ ଟି ଫାଣ୍ଡିରୁ ୧୨୨ ଟି ସହରାଞ୍ଚଳ ଫାଣ୍ଡି ରହିଛି। ୬୮୫ ପୋଲିସ ଥାନା ଓ ୧୩୯ ବିଟ ହାଉସ ଅଛି । ନୂଆ ଥାନା ଗଠନ ପାଇଁ ୯ ଟି ମାନ ଦଣ୍ଡ ରହିଛି । ଗୋଟିଏ ଦିନ ଗୃହ ମୁଲତବି ପରେ ଆଜି ପୁଣି ଚାଲିଛି ଶୀତକାଳୀନ ବିଧାନସଭା ଅଧିବେଶନ । ବାଚସ୍ପତିଙ୍କ ଉପସ୍ଥିତିରେ ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ ଉତ୍ତର । ଏ ନେଇ ଆଜି ବିଧାନ ସଭାରେ ରାଜ୍ୟରେ ଫାଣ୍ଡିକୁ ନେଇ ଆଇନ ମନ୍ତ୍ରୀ ରଖିଛନ୍ତି ଉତ୍ତର ।