ଭୁବନେଶ୍ୱର: ଆଗକୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୧୬ ତାରିଖ ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା କୁହାଯାଉଛି । ଉପକୂଳ ଓଡିଶା ସହ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ଆଶଙ୍କା ରହିଛି । ୧୩ରୁ ୧୫ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ତେବେ ଯଦି ବର୍ଷା ହୁଏ ତେବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରେ । ଆଜି ବି ଅସହ୍ୟ ତାତିରେ କଲବଲ ହେଉଛି ଧନ ଜୀବନ । । ଦିନ ଗଡିବା ସହ ତାତି ବଢୁଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୮ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୩୮ ଦଶମିକ ୪ ଓ ବାଲେଶ୍ୱରରେ ୩୮ ଦଶିମକ ୨ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି । ଦିନ ୧୧ଟା ୩୦ରେ ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି । ପୁରୀରେ ୩୮, ସମ୍ବଲପୁରରେ ୩୭ ଦଶିମକ ୮, ହୀରାକୁଦରେ ୩୭ ଦଶମିକ ୬, ଗୋପାଳପୁରରେ ୩୭ ଦଶମିକ ୪ ଓ କେନ୍ଦୁଝରରେ ୩୭ ଡିଗ୍ରୀ ରେକର୍ଡ ହୋଇଛି ।