ପାକିସ୍ତାନରେ ଚାଳିଛି ଲୁଟତରାଜ; ଖାଦ୍ୟ ଅଭାବ ମୁଖ୍ୟ ସମସ୍ୟା

0

ଲାହୋର : ପାକିସ୍ତାନରେ ଲୁଟତରାଜ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟାରୂପେ ସାମନାକୁ ଆସିଛି । ଖାଦ୍ୟାଭାବ ଯୋଗୁଁ ଲୋକେ ଚାରିଆଡ଼େ ଲୁଟିବା ଆରମ୍ଭ କରିସାରିଳେଣି । କେଉଁଠି ଖାଇବା ଜିନିଷ ଲୁଟୁଛନ୍ତି ତ କେଉଁଠି ପଶୁପକ୍ଷୀ । ଦୁଇ ଦିନ ତଳେ ପାକିସ୍ତାନ ଲାହୋର ଅନ୍ତର୍ଗତ ଜଣେ କମାଣ୍ଡରଙ୍କ ଘରୁ ଲୋକେ କେତେକ ମୟୂରଙ୍କୁ ଚୋରାଇ ନେଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ମଟନ କୋର୍ମା, ସସ୍, ସାଲାଡ ଆଦି ଚୋରାଇ ନେବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଏହାଛଡ଼ା ମସଲା, ଦହି, ଆଇସକ୍ରିମ, ମିଠା ଦହି ଆଦି ଲୁଟିବା ବି ଦେଖାଯାଉଛି । ଖାଦ୍ୟାଭାବରେ ଜର୍ଜରିତ ପାକିସ୍ତାନରେ ଲୋକେ ଅଟା ବୋହି ନେବାର ଦୃଶ୍ୟ କିଛି ଦିନ ତଳେ ଭାଇରାଲ ହୋଇଥିଲା । ଆକ୍ରୋଶିତ ଜନତାଙ୍କ ଏଭଳି କାଣ୍ଡ ଦେଖି ଆଗାମୀ ଦିନରେ ପାକିସ୍ତାନର ସ୍ଥିତି କିଭଳି ହେବ ଭଲ ଭାବରେ ବାରି ହେଉଛି । ପୂର୍ବରୁ ସ୍ଥିତି ଗମ୍ଭିର ଥିବା ବେଳେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନେଇ ପାକିସ୍ତାନ ଅଶାନ୍ତ ହେବାକୁ ଲାଗିଲାଣି । ଏହା ଶାହାବାଜ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଆଗାମୀ ଦିନରେ ପାକିସ୍ତାନର ପରିସ୍ଥିତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।