ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳି ଅଞ୍ଚଳରେ ପାଣି ପଶିଛି

0

ଭୁବନେଶ୍ୱର: ବର୍ତ୍ତମାନ ହୀରାକୁଦ ୪ ଲକ୍ଷ ୫୦ ହଜାର କ୍ୟୁସେକ ଇନ ଫ୍ଲୋ ଆଉଟ ଫ୍ଲୋ ୪ ଲକ୍ଷ ୫୫ ହଜାର କ୍ୟୁସେକ ହେଉଛି। ବର୍ତ୍ତମାନ ହୀରାକୁଦରେ ୨୬ ଟି ଗେଟ ଖୋଲା ହୋଇଛି । ମୁଣ୍ଡଳୀରୁ ୭ ଲକ୍ଷ ବନ୍ୟା ଜଳ ପ୍ରଭାବିତ ହେଉଛି । ଆଉ ଦୁଇ ତିନି ଦିନ ଏମିତି ପାଣି ପାସ କରିବ । ତଳି ଅଞ୍ଚଳରେ ପାଣି କିଛି ପଶିଛି କିନ୍ତୁ ରାଜ୍ୟରେ ସେମିତି ବନ୍ୟା ସ୍ଥିତି ନାହିଁ । ଏସ ଆରସି ଙ୍କ ସହ ଆମେ ଯୋଗାଯୋଗରେ ବି ଅଛୁ । ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି । ବଲାଙ୍ଗୀର,କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇଛି ତେଣୁ ଏହି ପାଣି ଆସିଛି । ରାଜ୍ୟର ଜଳ ପରିଚାଳନା ସମ୍ପୂର୍ଣ୍ଣ ଠିକ ଅଛି । ଅତ୍ୟଧିକ ବର୍ଷା କାରଣ ରୁ ଏହି ପାଣି ଆସିଛି ।