ଭାରତ ଆମେରିକାର ସୁମଧୁର ସମ୍ପର୍କ : ଟାରିଫ ପ୍ଲାନ୍ ର ନାହିଁ ଟେନସନ୍

0

ବ୍ୟୁରୋ : ୨୫% ଟାରିଫ ପ୍ଲାନ୍ ପାଇଁ ଚିନ୍ତାରେ ପଡିବ ନାହିଁ ଭାରତ । ଆମେରିକା ଦେଲା ଭାରତ ପାଇଁ ଖୁସି ଖବର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ, ଆମେରିକା ଭାରତକୁ ଚୀନ୍, ମେକ୍ସିକୋ ଏବଂ କାନାଡା ଠାରୁ ଭିନ୍ନ ଶୁଳ୍କ ବର୍ଗରେ ରଖିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ଥର ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଦିଲ୍ଲୀରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇଛି ।

India, US plan to negotiate trade pact, increase market access, cut duties:  Govt to Parliament - The Economic Times

ଏହି ଆଲୋଚନାରେ ଭାରତକୁ ଶୁଳ୍କ କ୍ଷେତ୍ରରେ ଚୀନ୍, ମେକ୍ସିକୋ ଏବଂ କାନାଡା ପରି ବ୍ୟବହାର କରାଯିବ ନାହିଁ ବୋଲି ଆମେରିକୀୟ ଅଧିକାରୀମାନେ ସୂଚିତ କରିଛନ୍ତି ।
ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ, ଟ୍ରମ୍ପ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛନ୍ତି । ଏହା ସହିତ, କାନାଡା ଏବଂ ମେକ୍ସିକୋ ଉପରେ ଶୁଳ୍କ ଘୋଷଣା କରାଯାଇଛି । କିନ୍ତୁ ଭାରତ ପାଇଁ ଏପରି କଠୋରତା ଦେଖାଇନି ଆମେରିକା । ଭାରତ ପାଇଁ ଟାରିଫ୍ ପ୍ଲାନରେ ପରିବର୍ତ୍ତନ କରିବା ନିଷ୍ପତ୍ତି ଉଭୟ ଦେଶ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।

US tariffs from April 2? India weighs trade strategy - The Economic Times
ତେବେ କିପରି ରହିଛି ଆମେରିକାର ବିଶେଷ ସମ୍ପର୍କ ?
ରିପୋର୍ଟ ମୁତାବକ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆମେରିକା ଗସ୍ତ ପରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ବୈଠକ ଆରମ୍ଭ ହେଉଛି । ସେ ଭାରତ – ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରୀଅର୍ ଏବଂ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ଙ୍କୁ ଭେଟିଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଆଲୋଚନାରୁ ସ୍ପଷ୍ଟ ହୋଇଛିଯେ ଆମେରିକା ଚୀନ୍, ମେକ୍ସିକୋ ଏବଂ କାନାଡା ଭଳି ଭାରତକୁ ସମାନ ଭାବରେ ଦେଖେ ନାହିଁ । ତେଣୁ କୁହାଯାଇଛି, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା (ଈଞଇ)ର ଢାଞ୍ଚା ଶୁକ୍ରବାର ସୁଦ୍ଧା ଚୂଡ଼ାନ୍ତ ହୋଇଯିବ ବୋଲି ଆଶା କରାଯାଉଛି ।