ଚୀନର ନୂଆ ଭୂତାଣୁ ଖେଳାଉଛି ଆତଙ୍କ ; ପୁଣି ହୋଇପାରେ ଲକ୍ ଡାଉନ୍

0

ବ୍ୟୁରୋ : ୫ ବର୍ଷ ପରେ କୋଭିଡ୍-୧୯ ମହାମାରୀ ଭଳି ଚୀନରେ ଏକ ନୂଆ ଭୂତାଣୁ ଆତଙ୍କ ଖେଳାଇଛି । କରୋନା ଭାଇରସ୍ ଭଳି ଏହାର ଲକ୍ଷଣ ଥିବା ଜଣାପଡିଛି । ଏହି ନୂଆ ଭୂତାଣୁର ନାମ – ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା ଐଗଚଠ । ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି ।

ଏହି ଭୂତାଣୁର ପ୍ରଭାବ ଛୋଟ ପିଲାଙ୍କ ଠାରେ ଅଧିକ ଦେଖିବାକୁ ମିଳିଛି । କେବଳ ଐଗଚଠ ନୁହେଁ ଅନ୍ୟ କିଛି ଭାଇରସ୍ ଦ୍ବାରା ଲୋକ ସଂକ୍ରମିତ ହେଉଛନ୍ତି । ତେବେ ଇନ୍ଫ୍ଲୁଏନ୍ଜା-ଇ, ମାଇକୋପ୍ଲାଜମା ନିମୋନିଆ, ଏବଂ କୋଭିଡ-୧୯ ଭାଇରସରେ ବି ସଂକ୍ରମିତ ହେଉଛନ୍ତି ଲୋକ । ବଢୁଥିବା ସଂକ୍ରମଣ ପାଇଁ ଚୀନର ଅନେକ ସ୍ଥାନରେ ଜରୁରୀକାଳିନ ସ୍ଥିତିର ଘୋଷଣା ମଧ୍ୟ କରାଯାଇଥିବା ଦାବି ହେଉଛି ।

ଚୀନ୍ ଏବେ ଆଉ ଏକ ମହାମାରୀ ଭଳି ସଂକ୍ରମଣ ସ୍ଥିତିକୁ ସାମ୍ନା କରୁଥିବା ନେଇ ଅନେକ ସୋସିଆଲ ମିଡିଆ ପୋଷ୍ଟ ଓ ରିପୋର୍ଟରେ ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ । ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ବା ଐଗଚଠ ପାଇଁ ଚୀନ୍ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି ।

କ୍ଲିଭ୍ଲ୍ୟାଣ୍ଡ୍ କ୍ଲିନିକ୍ ଅନୁଯାୟୀ, ଏହା ଏକ ଉପର ଶ୍ୱାସନଳୀ ସଂକ୍ରମଣ, କିନ୍ତୁ ଏହା ବେଳେବେଳେ ନିମୋନିଆ, ଆଜ୍ମା ଫ୍ଲେୟାର-ଅପ୍ ଭଳି ନିମ୍ନ ଶ୍ୱାସନଳୀ ସଂକ୍ରମଣ ସୃଷ୍ଟି କରିପାରେ କିମ୍ବା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍ ବା ସିଓପିଡି କୁ ଅଧିକ ଖରାପ କରିପାରେ ।