ବ୍ୟୁରୋ : ଜମି ପ୍ଲାଟ ପ୍ଲଟ, ଫୁଲ ପ୍ଲଟ ପ୍ଳଟିଙ୍ଗ କିମ୍ବା ଆପାର୍ଟମେଣ୍ଟ କରି ବିକ୍ରି ହେଉ ଏସବୁ ବିଷୟ ରେ ଦୀର୍ଘ ଦଶ ବର୍ଷ ଧରି ଅରାଜକତା ଥିଲା । ବିଭାଗ ବିଭାଗ ଭିତରେ ସମନ୍ୱୟ ର ଅଭାବ କାରଣ ରୁ ଅଭାବନୀୟତା ପରିସ୍ଥିତି ଥିଲା । ରେଜିଷ୍ଟ୍ରେସନ ବନ୍ଦ ଫଳରେ ସହ ସହ କୋଟି ରାଜସ୍ବ ହାନି ହେଉଥିଲା । ଯେଉଁ ସମସ୍ୟା ଥିଲା ୫ ଟି ପର୍ୟ୍ୟାୟରେ ସମାହିତ କରିବା ପାଇଁ ନିଷ୍ପତ୍ତି କରିଛୁ । ରେରା ର କାର୍ୟ୍ୟକାରିତା କୁ ନେଇ ପ୍ରଥମ ନୋଟିଫିକେସନ ଆସି ସାରିଛି । ପିଛିଲା ତାରିଖ ରୁ ଲାଗୁହେଇଥିବା କଟକଣା ଉଠିଲା । ପ୍ଲାଟ ପ୍ଲଟ ବିକ୍ରି ର ଡ୍ରାଫ୍ଟ ପ୍ରପୋଜାଲ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରୁଛି । ପ୍ରପୋଜାଲ ହେଲା ପରେ ଆଇନ ବିଭାଗ ସହ ହେବ ବିଚାର ବିମର୍ଶ । ଆଡ଼ଭୋକେଟ ଜେନେରାଲଙ୍କ ସହ ମଧ୍ୟ ବୈଠକ ହେବ । ଏହାପରେ ଦ୍ୱତୀୟ ନୋଟିଫିକେସନ ହେବ । ୫ ହଜାର ସ୍କ୍ୱାର ଫିଟ ପରିସୀମା ଜମିକୁ ପ୍ଲାଟ ପ୍ଲଟ ଆକାରରେ ବିକ୍ରି କଟକଣା ଉଠିବ । ଯେଉଁମାନେ ପ୍ଲଟ କରି ବିକ୍ରି କରୁଛନ୍ତି ରାସ୍ତା, ନାଳି ଦେଖାଉଥିବାରୁ ସମସ୍ୟା ହେଉଛି । ପ୍ଲଟ କିଣିବା ଲୋକ ପ୍ଲଟ ବିକ୍ରି କଲେ ରାସ୍ତା କୁ ବିକ୍ରି କରିଦେଉଛନ୍ତି । ଏବେ ଯେଉଁମାନେ ପ୍ଳଟିଙ୍ଗ କରି ବିକ୍ରି କରିବେ ପ୍ରଥମେ ରାସ୍ତା, ନାଳୀ କୁ ରେଜିଷ୍ଟ୍ରେସନ କରି ପୌରାଞ୍ଚଳ ଅଧିକାରୀ ଙ୍କୁ ହସ୍ତାନ୍ତର କରିବେ । ସରକାର ଙ୍କ ପାଖକୁ ଆସିଲେ ବିକ୍ରି ହେଇପାରିବ ନାହିଁ । ଏହା ପରେ ପ୍ଲଟ ବିକ୍ରି ଆରମ୍ବ ହେବ । ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ନେଇ ସମସ୍ୟା ଅଛି । ନିୟମାବଳୀ ପ୍ରସ୍ତୁତ ହେବ ଯେଉଁଥିରେ ଯେଉଁ ସୁବିଧା ପାଇଁ ପ୍ରତିଶୃତି ଦେଇଥିବେ ୟୁଜର ତାକୁ ପାଳନ କରିବ ଏହାର ନୋଟିଫିକେସନ କରିବା ପାଇଁ ଯାଉଛୁ । ବିଧାନସଭା ଅଧିବେଶନ ସମୟ ରେ ଆବଶ୍ୟକ ପଡିଲେ ରେରା ଆଇନ ଏବଂ ଓଡ଼ିଶା ଡେଭଲପ ମେଣ୍ଟ ଆଇନ କୁ ସଂଶୋଧନ କରାଯିବ । ରେରା କୁ ନେଇ ଯେଉଁ ରାଜ୍ୟ ଆଇନ ଅଛି ପରସ୍ପର ବିରୋଧୀ ଲାଗୁଛି ନିର୍ଦ୍ଧିଷ୍ଟ କାମ ପାଇଁ ନିର୍ଦ୍ଧିଷ୍ଟ ଆଇନ ରହିବା କଥା ସେଥିପାଇଁ ପରୀକ୍ଷା ନିରୀକ୍ଷା କରୁଛୁ ଆବଶ୍ୟକ ପଡିଲେ ଯେଉଁ ଆଇନ ଓଡ଼ିଶାର ଥିଲା ଆଜି ଆବଶ୍ୟକ ନାହିଁ ତାକୁ ସମାପ୍ତ କରାଯିବ । ରେଜିଷ୍ଟ୍ରେସନ ଫି ଦୁଇ ଥର ନ ହୋଇ ଥରେ ହେବ ଏବଂ କେଉଁ ସ୍ତରରେ ହେବ ପରୀକ୍ଷା କରାଯାଉଛି । କୌଣସି ସମୟ ରେ ସମସ୍ୟା ସମାଧାନ କରିବା ପାଇଁ ବିଗତ ରାଜ୍ୟ ସରକାର ଚେଷ୍ଟା କରିନଥିଲେ । ୨୪ ବର୍ଷ ରେ ଯେଉଁ ସମସ୍ୟା କରିଛନ୍ତି ସମାଧାନ କରିବା ସମୟ ସାପକ୍ଷ ।