ରାଜ୍ୟରେ ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର

0

ଭୁବନେଶ୍ୱର-: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ରାଜ୍ୟ ସରକାର ସୁବିଧାରେ ଶବ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏଥି ପାଇଁ ସରକାର କଲ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । କଲ ସେଣ୍ଟର ମାଧ୍ୟମରେ ରୋଗୀଙ୍କ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତ ଶରୀରକୁ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ । ଏଥି ପାଇଁ ୧୦୮ ଆମ୍ବୁଲାନ୍ସ ଭଳି ସ୍ଵତନ୍ତ୍ର ଟୋଲ ଫ୍ରି ନମ୍ବର ପରିଚାଳିତ ହେବ । ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବକୁ ସେମାନଙ୍କର ଘର କିମ୍ବା ଶ୍ମଶାନ ଯାଏଁ ପରିବହନ ପାଇଁ ଏହି କଲ ସେଣ୍ଟର କାମ କରିବ । ତେବେ ମୃତଦେହ ପରିବହନ ପାଇଁ କିମି ପିଛା ଦର କେତେ ରହିବ ଆଲୋଚନା ହେବ ବୋଲି ଜଣାପଡ଼ିଛି ।