ପ୍ରତ୍ୟେକ ଲୋକ ଗ୍ଲୋଇଙ୍ଗ ସ୍କିନ ଚାହାନ୍ତି । ବହୁ ଲୋକ ଭିନ୍ନ ଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । ଏହାର ପ୍ରଭାବରେ ଚ୍ୱଚା ଖରାପ ହେବାକୁ ଲାଗିଥାଏ । ଦୈନନ୍ଦିନ ଜୀବନରେ ବ୍ୟବହାରରେ ଖାଉଥିବା ପରିବା ଦ୍ୱରା ତ୍ୱଚା ସୁନ୍ଦର ହୋଇଥାଏ । ଏପରି କିଛି ପରିବା ଅଛି ଯାହାକୁ ଖାଇବା ଦ୍ୱରା ତ୍ୱଚାରେ ଚମକ ଆସିଥାଏ । ଯାହାକୁ ଆପଣ ଡାଏଟରେ ସାମିଲ କରିପାରିବେ । ଆସନ୍ତୁ ଜାଣିବା ଏପରି କେଉଁ ପରିବା ଯାହାକୁ ଖାଇବା ଦ୍ୱାରା ତ୍ୱଚାରେ ନେଚୁରାଲ ଲୁକ ଆସିଥାଏ ।
କାକୁଡ଼ି:
କାକୁଡ଼ିରେ ଅଧିକ ମାତ୍ରାରେ ପାଣି ରହିଥାଏ । ଏହା ଖାଇବା ଦ୍ୱାରା ଆପଣଙ୍କ ସ୍କିନ ହାଇଡ୍ରେଟେଡ ରହିଥାଏ । ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍କିନକୁ ଆରାମ ମିଳିଥାଏ । କାକୁଡ଼ିର ଖଣ୍ଡ ଅଂଶକୁ ଆପଣ ଆଖି ଉପରେ ମଧ୍ୟ ରଖିପାରିବେ । ଏହା ଦ୍ୱାରା ଆପଣଙ୍କ ତ୍ୱଚା କୋମଳ ଏବ ଉଜ୍ଜ୍ୱଳ ନଜର ଆସିବ ।
ପାଳଙ୍ଗ:
ଆପଣ ପାଳଙ୍ଗକୁ ଜୁସ କରି ମଧ୍ୟ ପିଇ ପାରିବେ । ପାଳଙ୍ଗରେ ଭିଟାମିନ ସି, ଆୟରନ ଏବଂ ଭିଟାମିନ ଇ ଭଳି ପୋଷକ ତତ୍ୱ ରହିଥାଏ । ଏଥିରେ ବିଟା କେରୋଟିନ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ହାନିକାରକ ୟୁଭି କିରଣ ଏବଂ ପ୍ରଦୂଷଣରୁ ତ୍ୱଚାକୁ ସୁରକ୍ଷା ମିଳିଥାଏ । ଏହି ପରିବା ସ୍କିନକୁ ହେଲଦି କରିଥାଏ ।
ବିଟ୍ ରୁଟ୍ :
ଏହାକୁ ଆପଣ ସାଲାଡରେ ଖାଇ ପାରିବେ କିମ୍ବା ଏହାର ଜୁସ୍ ପ୍ରସ୍ତୁତ କରି ପିଇ ପାରିବେ । ଏହି ବିଟ୍ ରୁଟର ପ୍ୟାକ ମଧ୍ୟ ଆପଣ ତ୍ୱଚାରେ ବ୍ୟବହାର କରିପାରିବେ । ବିଟ୍ ରୁଟ୍ ଭିଟାମିନ ସି ଏବଂ ଏ ର ଏକ ଭଲ ସୋର୍ସ । ବିଟ୍ ରୁଟରୁ ବ୍ଲଡ ସର୍କୁଲେସନ ଠିକ ଭାବେ ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ଡିଟକ୍ସିଫାଏ କରିଥାଏ । ଏହା ଆପଣଙ୍କ ସ୍କିନକୁ ହେଲଦି ଏବଂ ଗ୍ଲୋଇଙ୍ଗ କରିଥାଏ ।
କ୍ୟପ୍ସିକମ୍ :
କ୍ୟାପ୍ସିକମରେ ଭିଟାମିନ ସି ବହୁତ ଅଧିକ ରହିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହା ଆପଣଙ୍କ ସ୍କିନକୁ ଗ୍ଲୋଇଙ୍ଗ କରିଥାଏ ।