ଏହି ଜିଲ୍ଲାଗୁଡିକ ବିକ୍ରି କରିପାରିବେ ହଲମାର୍କିଂ ସୁନା !

0

ଭୁବନେଶ୍ୱର-ଓଡିଶାର ୮ଟି ଜିଲ୍ଲାରେ ବାଧ୍ୟତାମୂଳକ ହଲମାର୍କିଂକୁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ।ଏହି ଜିଲ୍ଲାଗୁଡିକ ହେଲା- ବାଲେଶ୍ୱର,ଭଦ୍ରକ, କଟକ,ଗଞ୍ଜାମ, ଯାଜପୁର,ଖୋର୍ଦ୍ଧା,ମୟୁରଭଞ୍ଜ ଓ ସମ୍ବଲପୁର । ଏହି ଜିଲ୍ଲାରେ ସୁନା ଦୋକାନୀ କେବଳ ୧୪,୧୮,ଏବଂ ୨୨ କ୍ୟାରେଟ ସୁନା ଯୁକ୍ତ ସୁନା ହିଁ ବିକ୍ରି କରିପାରିବେ । ସେହିପରି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ ବି ହଲମାର୍କିଂ ପାଇଁ ଅନୁମତି ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି।

ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁନ୍ ୧୭ ତାରିଖଠୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ପର୍ୟ୍ୟାୟ କ୍ରମେ ସାରା ଦେଶରେ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ହିତାଧିକାରୀଙ୍କ ସହ ପରାମର୍ଶ ପରେ ସରକାର ଅଳଙ୍କାର କ୍ଷେତ୍ରର କେତେକ ବ୍ୟବସାୟୀଙ୍କ ପାଇଁ ଏହି ନିୟମକୁୁ ଛାଡ୍ କରାଯାଇଛି । ବାର୍ଷିକ ୪୦ଲକ୍ଷ ଟଙ୍କା ଯାଏଁ ଟର୍ଣ୍ଣ ଓଭର ଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇଛି । ଖାଉଟି ଯେପରି ଶୁଦ୍ଧ ସୁନା ଆଦି ଅଳଙ୍କାର ପାଇପାରିବେ, ସେଥିପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଗ୍ରାହକଙ୍କଠାରୁ ବିନା ହଲ୍ମାର୍କିଂ ପୁରୁଣା ସୁନାକୁ ଜୁଏଲର୍ସମାନେ କିଣିପାରିବେ ବୋଲି ସ୍ପଷ୍ଟ କରାଯାଇଛି ।