ନବରଙ୍ଗପୁର/ ଟୁକୁନା ଖୁରା: ଲିଫ୍ଟ ମାଗି ପ୍ରଧାନ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ସହ କର୍ମୀଙ୍କ ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡନୀ ଆଶ୍ରମସ୍କୁଲ ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକଙ୍କୁ ମାଡ଼ମାରି ଏକ ଲକ୍ଷ ୪୦ ହଜାର ଟଙ୍କା ସହ ସୁନା ଚେନ, ମୁଦି, ବାଇକ ଲୁଟ । ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଲୁଟି ନେଇଥିବା ଅଭିଯୋଗ।ବାଇକରେ ଲିଫ୍ଟ ମାଗି ଅଧାରାସ୍ତାରେ ଶିକ୍ଷକଙ୍କୁ ମାଡ଼ମାରି ଲହୁଲୁହାଣ କରି ଲୁଟିନେଲେ ଟଙ୍କା। ଗୁରୁତର ପ୍ରଧାନ ଶିକ୍ଷକ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି।
ସୂଚନା ଅନୁସାରେ, ଝରୀଗାଁ ,ବଡନୀ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକ ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା ବ୍ୟାଙ୍କରୁ ଉଠାଇ ପ୍ରଥମେ ସ୍କୁଲ ଯାଇ ଡାବୁଗାଁ ସ୍ଥିତ ଘରକୁ ବାଇକ ଯୋଗେ ଯିବାପାଇଁ ବାହାରିବା ସମୟରେ ସେହି ସ୍କୁଲର ତାଙ୍କ ସହକର୍ମୀ ଶିକ୍ଷୟିତ୍ରୀ ଶୁଭ୍ରାଙ୍ଗିନୀ ମହଲିଙ୍ଗ ଙ୍କ ସ୍ୱାମୀ ବିନୋଦ କୁମାର ନାୟକଙ୍କୁ ସାଥିରେନେଇ ଡାବୁଗାଁରେ ଛାଡ଼ିଦେବାକୁ ଧନୁର୍ଜୟ ନାୟକଙ୍କୁ ଅନୁରୋଧ କରି ଥିଲେ। ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଙ୍କ ସହ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଡାବୁଗାଁ ଜୀବା ବାଟରେ ପରିସ୍ରା କରିବା ପାଇଁ ଗାଡି ଅଟକେଇ ବାକୁ କହି ରାସ୍ତା ରେ ପଡିଥିବା ଏକ ପଥର ରେ ପ୍ରଧାନ ଶିକ୍ଷକ ଙ୍କ ମୁଣ୍ଡରେ ଛେଚି ଦେଇଥିଲେ ଫଳରେ ସେ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ କୁ ଅମାନୁଷିକ ଭାବେ ଆକ୍ରମଣ କରି ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକଙ୍କ ପାଖରେ ଥିବା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବାବଦ ର ୧ ଲକ୍ଷ ୪୦ ହଜାର ଟଙ୍କା ସହ ତାଙ୍କ ପାଖରେ ଥିବା ସୁନା ଚେନ, ମୁଦି ଲୁଟି ଦେବା ସହ ବାଇକ ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଶିକ୍ଷକ ଜଣକ ପ୍ରଥମେ ଡାବୁଗାଁ ରେ ଭର୍ତି ହୋଇଥିଲେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରେଇଛନ୍ତି।