ଭୁବନେଶ୍ୱର: ଅଶାନ୍ତ ହେଉଛି ରାଜଧାନୀ । ବଡ଼ଗଡ଼ ଛକ ରେ ବ୍ୟବସାୟୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ । ଯେଉଁଥିରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ଦୁଇଜଣ ଦୁବୃର୍ତ୍ତ ପଲସର ବାଇକ ରେ ମୁଖା ପିନ୍ଧି ଆସି ଆକ୍ରମଣ କରିଥିବା କୁହାଯାଉଥିବା ବେଳେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନ ବାଇକ୍ରେ ମୁଖାପିନ୍ଧି ଆସିଥିଲେ । ଏହି ସମୟରେ ହଠାତ୍ ବ୍ୟବସାୟୀ ଦୀପକ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଦୀପକ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ, ହେଲେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଯେଉଁଥିରେ ଦୀପକ ପ୍ରଧାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ବଡ଼ଗଡ଼ ପୋଲିସ ।