ଟଙ୍କା ଠକିଥିବା ନେବା ଅଭିଯୋଗ ପରେ ସାଇବର ଥାନା ପୁଲିସ ମାମଲା ତଦନ୍ତ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ରୁହନ୍ତି । ସେ ଗତ ୨୦୨୪ ମସିହାରେ “ଜିପିଏନଏସ ବିଜିନେସ ପ୍ରାଇଭେଟ ଲିମିଟେଡ” ନାମକ ଏକ କମ୍ପାନୀରେ ୧୦ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ଉକ୍ତ କମ୍ପାନୀରେ ଟଙ୍କା ବିନିଯୋଗ କଲେ ତାଙ୍କୁ ମାସିକ ୭% ହିସାବରେ କମିଶନ ମିଳିବ ବୋଲି କମ୍ପାନୀ ତରଫରୁ ପ୍ରତିଶୃତି ଦିଆଯାଇଥିଲା । ଏହାକୁ ବିଶ୍ବାସ କରି ସେ ନିଜ ଆକାଉଣ୍ଟ ଏବଂ ନିଜ ଭାଇଙ୍କ ଆକାଉଣ୍ଟରୁ ଉକ୍ତ କମ୍ପାନୀ ଅକାଉଣ୍ଟକୁ ଗତ ତା.୨୬.୦୯.୨୦୨୪ ରିଖଦିନ ୪.୫ ଲକ୍ଷ ଟଙ୍କା, ତା.୧୧.୧୧.୨୦୨୪ ରିଖ ଦିନ ୩ ଲକ୍ଷ ଟଙ୍କା ଓ ତା.୨୯.୦୭.୨୦୨୪ ରିଖ ଦିନ ୨.୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ଟଙ୍କା ନେବାର ବେଶ କିଛି ମାସ ବିତିଯାଇଥିଲେ ମଧ୍ୟ କମ୍ପାନୀ ତାଙ୍କୁ କୌଣସି କମିଶନ ଦେଇନଥିଲା କି ନେଇଥିବା ଟଙ୍କା ମଧ୍ୟ ଫେରସ୍ତ ଦେଇନଥିଲା । ଏନେଇ ଅଭିଯୋଗକାରୀ ଉକ୍ତ କମ୍ପାନୀ ତରଫରୁ ଭୁବନେଶ୍ବରରେ ନିଯୁକ୍ତ ଥିବା ରିପ୍ରେଜେଣ୍ଟେଟିଭ ପ୍ରିୟ ରଞ୍ଜନ ସ୍ବାଇଁଙ୍କୁ ପଚାରିବାରୁ, ସେ ମଧ୍ୟ ଅଭିଯୋଗକାରୀଙ୍କୁ କୌଣସି ସଠିକ ଉତ୍ତର ଦେଇନଥିଲେ ବରଂ ଦିନପରେ ଦିନ ଗଡାଇ ଚାଲିଥିଲେ । ଉକ୍ତ କମ୍ପାନୀ ଓଡ଼ିଶାର ଅନେକ ଲୋକଙ୍କ ଠାରୁ ଏହି ଭଳି ଉପାୟରେ ଟଙ୍କା ଠକିଥିବା ନେଇ ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ।
ମାମଲାର ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ, ଅଭିଯୁକ୍ତ ପ୍ରିୟ ରଞ୍ଜନ ସ୍ବାଇଁଙ୍କୁ ଗିରଫ କରିଥିବା ବେଳେ, ସେ ତାଙ୍କର ଦୋଷ ସ୍ଵୀକାର କରିଥିଲେ । ଅଭିଯୁକ୍ତ ପ୍ରିୟ ରଞ୍ଜନ ସ୍ବାଇଁ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୧ ଗୋଟି ମାମଲା ରହିଥିବା ଜଣାପଡିଛି ।