ରାଜଧାନୀରେ ପୁଣି ଲୁଟେରା ସକ୍ରିୟ

0

ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ । ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଛନ୍ତି ନିଶା ଦିଆ ଲୁଟେରା । ଯାହାର ଝଲକ ଦେଖିବାକୁ ମିଳିଛି  ବଡଗଡ଼ ଥାନା ମେଘେଶ୍ୱର ମନ୍ଦିରରେ । ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟିନେଲେ ଲୁଟେରା । ୫ ଭରିର ସୁନା ଚେନ, ମୋବାଇଲ ଓ ନଗଦ ଟଙ୍କା ଲୁଟ ନେଇ ବଡଗଡ଼ ଥାନାରେ ହୋଇଛି ଅଭିଯୋଗ। ଆଉ ଏହି ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ପୂଜକ କ୍ଷୀରୋଦ କୁମାର କର । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ବଡଗଡ଼ ଥାନା ପୋଲିସ । ପୂର୍ବରୁ ମଧ୍ୟ କିଛିଦିନ ତଳେ ମନ୍ଦିର ଭିତରୁ ୫ ଲକ୍ଷ ଟଙ୍କାର ସୁନା ଓ ଟଙ୍କା ଲୁଟ ହୋଇଥିଲା ।