ରାଜଧାନୀରେ ମାତିଛନ୍ତି ଲୁଟେରା

0

(ପ୍ରିୟଦର୍ଶନୀ ସ୍ୱାଇଁ): ଲୁଟେରାଙ୍କ ଗନ୍ତାସ୍ଥଳୀ ପାଲଟିଛି ସ୍ମାର୍ଟସିଟି । କମିଶନରେଟ ପୋଲିସର ରାତି ଅଧିଆ ପାଟ୍ରୋଲିଂ ସତ୍ୱେ ଲୁଟ କମିବାର ନାଁ ଧରୁନି । ପୁଣି ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଗାଡ଼କଣସ୍ଥିତ ଗୁରୁ କେଳୁଚରଣ ପାର୍କ ନିକଟରେ । ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟେରା ସୁନା ଚେନ, ଚୁଡ଼ି, କାନଫୁଲ ଲୁଟି ନେଇଥିଲେ । ଏନେଇ ଦମ୍ପତି ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପଚରା ଉଚରା ଜାରି ରଖିଛି । ଦମ୍ପତି ହେଉଛନ୍ତି ଉମାକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ।
ଅଭିଯୋଗ ଅନୁଯାୟୀ, ଆଜି ସକାଳ ୪.୪୫ରେ ଉମାକାନ୍ତ ଓ ତାଙ୍କ ପତ୍ନୀ ଏକ ଅଟୋରେ ଷ୍ଟେସନକୁ ଯାଉଥିଲେ । ରାସ୍ତାରେ ଲୁଟେରା ପିଛା କରି ଗୁରୁ କେଳୁଚରଣ ପାର୍କ ସମ୍ମୁଖରେ ଅଟୋକୁ ଅଟକାଇ ଲୁଟେରା ଲୁଟ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଅଟୋବାଲାର ଚକ୍ରାନ୍ତ ବୋଲି ପୋଲିସ ସନେ୍ଧହ କରୁଛି ।