ତ୍ରୟୋଦଶ ବଂଶଧାରା ବସନ୍ତ ମୋହତ୍ସବ ର ଉଦଯାପନୀ

0

ଚଳିତ ବର୍ଷ ତ୍ରୟୋଦଶ  ବଂଶଧାରା ବସନ୍ତ ମୋହତ୍ସବ ସ୍ଥାନୀୟ ବାଘୁଆ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା। ଉତ୍ସବ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞ୍ୟା ମାଳସହ ଜଳ ପୁର୍ଣ କୁମ୍ଭ ବିରାଟ ପଟୁଆର ରେ  ବାଜାବାଜୀଣା ନାଚ ଗୀତ ସହ ଉତ୍ସବ ମଞ୍ଚ ରେ ସ୍ଥାପନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଜାତି ଧର୍ମ ଦଳ ନିର୍ବିଶେଷରେ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ।

ପ୍ରତ୍ୟେକ ଦିନ ସନ୍ଧ୍ୟା ରେ  ବିଭିନ୍ନ ପ୍ରକାରର ନୃତ୍ୟ ସଂଗୀତ ସ୍ଥାନୀୟ ଅଞ୍ଚଳ  ତଥା ରାଜ୍ୟ ଓ ରାଜ୍ୟ ବାହାରୁ କଳାକାର ମାନେ ଆସି ନିଜର କଳା ପଦର୍ଶନ ହୋଇଥିଲା। ସମସ୍ତ ପ୍ରତିଭାଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ସନମାନ ପ୍ରଦାନ କରାଯାଉଥିଲା। ଜନସାଧାରଣ ଙ୍କ ପାଇଁ ମିନାବଜାର ଭଳିକି ଭଳି ଦୋକାନ ଘରୋଇ ସାମଗ୍ରୀ, ଇତ୍ୟାଦି ଷ୍ଟାଲ ଲାଗିରହିଥିଲା ବେଳେ ଏହାକୁ ଉପଭୋଗ କରିବା ପାଇଁ ଆସୁଥିବା ଲୋକଙ୍କ ଭିଡ଼ ମଧ୍ୟ ଲାଗିରହିଥିଲା।

ଏହି ବଂଶଧାରା ବସନ୍ତ ମୋହତ୍ସବ ଦ୍ଵାରା ବିଭିନ୍ନ ପ୍ରକାର ଖେଳକୁଦ ମୋହତ୍ସବ ପୂର୍ବରୁ ପ୍ରାୟ ଏକ ମାସ ଧରି ଚାଲୁରହିଥିଲା। ଗତ କାଲି ଉଦଯାପନୀ ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ସହ ସନମାନ ପ୍ରଦାନ କରାଯାଇଥିଲା। ଅଗ୍ନିଶମ ଓ ପୋଲିସ ପ୍ରଶାସନ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ତା ରହିଥିଲା।ବର୍ତ୍ତମାନ ଆଉ ଦୁଇଦିନ ଏହି ମୋହତ୍ସବ ରେ ପଦର୍ଶନି ମେଳା ଚାଲୁରହିବ।